ଚନ୍ଦ୍ରଗିରିରେ ବନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଶିବିର
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ. ଆନନ୍ଦଙ୍କ ନିର୍ଦ୍ଦେଶକ୍ରମେ ଚନ୍ଦ୍ରଗିରି ବନପାଳଙ୍କ ତତ୍ତ୍ୱାବଧାନରେ ଲିଖାରୀ ଅଭୟାରଣ୍ୟ ନିକଟବର୍ତ୍ତୀ ଗ୍ରାମ ନାରଙ୍ଗୀ ଗ୍ରାମରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋହନା ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଜୟ ପଣ୍ଡାଙ୍କ ।ଙ୍କ ନେତୃତ୍ବରେ ଚାରି ଜଣିଆ ଟିମ ଗ୍ରାମ ମର ୧୦୦ରୁ ଅଧିକା ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିଥିଲେ । ବନ ବିଭାଗର ନିଜ ଉଦ୍ୟମରେ ମ୍ୟାଲେରିଆ, ଯକ୍ଷ୍ମା, ଅଣ୍ଡା, ଖାସ ଓ କ୍ରୂର ଭଳି ରୋଗର ପରୀକ୍ଷା କ । କରି ମାଗଣାରେ ଔଷଧ ବିତରଣ କରାଯାଇଥିଲା। ତାହା ସହ ଜଙ୍ଗଲର ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ଜଙ୍ଗଲ ସୁରକ୍ଷା ଉପରେ ସଚେତନ କରିଯାଇଥିଲା। ଏହି କାର୍ଯ୍ୟକ୍ରମରେ ବନପାଳ ସନ୍ତୋଷ କୁମାର ରଥ, ସୌଦାମିନୀ ପଟ୍ଟନାୟକ ଓ ମାନସିନୀ ମାଦଳା ଯୋଗ ଦେଇଥିଲେ.


