ଚନ୍ଦ୍ରଗିରି ଅଂଚଳରେ ଗରିବ ପିଲାମାନଙ୍କୁ ସୁଖିଲା ଖାଦ୍ୟ ବଂଟନ
ମୋହନା (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଚନ୍ଦ୍ରଗିରି ପଂଚାୟତରେ ଗରିବ ପିିଲାମାନଙ୍କୁ ସୁଖିଲା ଖାଦ୍ୟ ବଂଟନ କରାଯାଇଛି । କନଭେନ୍ଟ ଫେମିଲି ଚର୍ଚ୍ଚ ପକ୍ଷରୁ ଡାଲି, ଚାଉଳ, ପରିବା, ବିସ୍କେଟ, ମାସ୍କ, ସାବୁନ ପ୍ରମୁଖ ସାମଗ୍ରୀ ବଂଟନ କରାଯାଇଥିଲା । ଅଂଚଳରେ ପ୍ରାୟ ୧୨୦ ପିଲାଙ୍କୁ ଆର.ଉଦୟଗିରି ଜିଲ୍ଲା ପରିଷଦ ସଭ୍ୟ ଯାକୁବ ମାଝୀ, ଅଡବା ଜିଲ୍ଲା ପରିଷଦ ସଭ୍ୟ ବାଳକୃଷ ମଲ୍ଲିକ, ଚନ୍ଦ୍ରଗିରି ଜୋନ କଂଗ୍ରେସ ସଭାପତି ନିର୍ମଲ ପାଲ୍, ଚନ୍ଦ୍ରଗିରି ସମିତି ସଭ୍ୟ ରାମ ପୂଜାରୀ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ସମସ୍ତ ସାମଗ୍ରୀ ବଂଟନ କରାଯାଇଥିଲା । ଏହି ବଣ୍ଟନ କାର୍ଜ୍ୟାକୁ ପରିଚାଳନା କରିଥିଲେ କନଭେନ୍ଟ ଫେମିଲି ଚର୍ଚ୍ଚର କର୍ମକର୍ତା ସୁରଞ୍ଜନ ମାଝୀ, କ୍ରୀଷ୍ଟ କୁମାର ମାଝୀ, ମାଥ୍ୟୁ ମାଝୀ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।