ଚନ୍ଦ୍ରଗିରି ଗସ୍ତରେ କେନ୍ଦ୍ର ସ୍ୱଚ୍ଛ ଭାରତ ଅତିରିକ୍ତ ସଚିବ
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ଦିନିକିଆ ଗସ୍ତ କରିଛନ୍ତି କେନ୍ଦ୍ର ସ୍ୱଚ୍ଛ ଭାରତ ଯୁଗ୍ମ ସଚିବ ରୁପା ମିଶ୍ର । ପ୍ରଥମେ ଲୁହାଗୁଡି ଠାରେ ତାଙ୍କୁ ବ୍ଳକ ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥଲା । ଏହା ପରେ ସେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରର ଚତୁଃପାର୍ଶ୍ଵର ସ୍ୱଚ୍ଛତା , ରୋଗୀ ସେବା ,ପାନୀୟ ଜଳ ବ୍ୟଵସ୍ଥା ଉପରେ ବୁଲି ଦେଖିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରର ପରିବେଶ ଓ ପରିମଳ ଦେଖି ସେ ଖୁସି ବ୍ୟକ୍ତ କରିଥିଲେ । ଏହି ଗସ୍ତ ପରେ ଜିରାଙ୍ଗ ବୌଦ୍ଧ ମନ୍ଦିର , ଲବାରସିଙ୍ଗ ଅଙ୍ଗନୱାଡି ଗୃହ, ଲିମନ ଗ୍ରାସ ପ୍ଲାଣ୍ଟ, କୁକୁଡ଼ା ଚାଷ କେନ୍ଦ୍ର ପରିଦର୍ଶନ କରି ପାରଳାଖେମୁଣ୍ଡି ଫେରିଥିଲେ । ସଚିବଙ୍କ ଏହି ଗସ୍ତ ସମୟରେ ମୋହନା ବିଡ଼ିଓ ତାପସ୍ଵିନୀ ହାଁସଦା, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଗୋବିନ୍ଦ ପାତ୍ର, ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡ.ନମିତା ପଣ୍ଡା, ଡା.ଉଲ୍ଲାସ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ।