ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜ୍ଜଳନ୍ତକ ଟିକା ଗୃହ ଉଦ୍ଘାଟନ 

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱତନ୍ତ୍ର ଜ୍ଜଳନ୍ତକ ଟିକା ଗୃହ ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମହାମାରୀ ବିଶେଷଞ ଡାକ୍ତର ଶରତ ଚନ୍ଦ୍ର ମହାପାତ୍ର ଚନ୍ଦ୍ରଗିରି ଗସ୍ତ କରି ଏହି ଭେକସିନ ସେବାରେ ଶୁଭ ଉଦ୍ ଘାଟନଟ କରିଛନ୍ତି । ଏହା ଦ୍ଵାରା ନୂଆଗଡ, ଆର.ଉଦୟଗିରି, ମୋହନା ଅଞ୍ଚଳ ବାସୀ ବିଶେଷ ଉପକୃତ ହୋଇପାରିବେ ବୋଲି ସ୍ଥାନୀୟ ଡାକ୍ତର ଉଲ୍ଲାସ ରାଉତ କହିଛନ୍ତି । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ଯୋଗଦେଇ ପୂର୍ବରୁ ଜ୍ଜଳନ୍ତକ ରୋଗର ଚିକିତ୍ସା ପାଇଁ ରୋଗୀ ଗଞାମ କିମ୍ବା ପାରଳାଖେମୁଣ୍ଡି ଯିବାକୁ ପଡତୁଥିବା ବେଳେ ଏଥିଲାଗି ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେବେ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଣିକି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଜ୍ଜଳନ୍ତକ ଟିକା ପର୍ଯ୍ୟାପ୍ତ ପରିମାଣର ଉପଲବ୍ଧ ରହିବ ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ