ଚନ୍ଦ୍ରଗିରି ତିନିଦିନ ପାଇଁ ସଟଡାଉନ ଘୋଷଣା
ମୋହନ (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକର ଚନ୍ଦ୍ରଗିରିକୁ ତିନି ଦିନ ପାଇଁ ପ୍ରଶାସନ ତରଫରୁ ସଟଡାଉନ ଘୋଷଣା କରାଯାଇଛି, ପ୍ରଥମ ଦିନରେ ପୋଲିସ, ସରପଞ୍ଚ ଓ ପ୍ରଶାସନ ତରଫରୁ ତସିଲିଦାର ଅଂଚଳ ବୁଲିବା ସହ ସଡ଼ାଉନ ତଦାରଖ କରିଥିଲେ, ଚନ୍ଦ୍ରଗିରି ମୁଖ୍ୟ ବଜାର ସ୍ଥିତ ୨ ଗୋଟି ସାହିରେ ୧୬ କରୋନା ପଜେଟିଭ ଚିହ୍ନଟ ହେବ ପରେ ସରପଞ୍ଚ ନର୍ମଦା ଦଳାଇ ନିଜର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଚନ୍ଦ୍ରଗିରି ମୂଖ୍ୟ ବଜାର ସମେତ ସମସ୍ତ ସାହିଗୁଡିକୁ ବୁଧବାର ଠାରୁ ସଡ଼ାଉନ ଘୋଷଣା କରିଛନ୍ତି, ସଡ଼ାଉନ ଫଳରେ ଚଳିତ ମାସ ୨୯ ତାରିଖରୁ ୩୧ ତାରିଖ ଯାଏଁ ବଳବତ୍ର ରହିବ । ଫଳରେ ବଜାରରରେ ଅତ୍ୟାବଶ୍ୟକୀୟ ସେବାକୁ ବାଦ ଦେଲେ, ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ଆଜି ପ୍ରଥମ ଦିନରେ ବଜାର ଗୁଡିକରେ ମୋହନା ଅଗ୍ନିଶ୍ରମ ବହିନୀ ପକ୍ଷରୁ ବଜାର ଓ ସମସ୍ତ ସାହିଗୁଡିକ ସାନିଟାଇଜ କରାଯାଇଛି । ତିନି ଦିନ ମଧ୍ୟରେ ସ୍ୱସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀ ଘର ଘର ବୁଲି ସମସ୍ତଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି।