ଚନ୍ଦ୍ରଗିରି ଶିଳ୍ପ ଓ ତାଲିମ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଳକ୍ ଅନ୍ତର୍ଗତ କାଳିଆପଟା ଗ୍ରାମ ନିକଟ ନିକଟରେ ରହିଥିବା ଚନ୍ଦ୍ରଗିରି ଶିଳ୍ପ ଓ ତାଲିମ କେନ୍ଦ୍ର ଠାରେ ଜାତୀୟ ବିଜ୍ଞାନ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି । କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ଶିଳ୍ପ ଓ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ରଞ୍ଜନ କୁମାର ପାଣିଗ୍ରାହୀ ,ସମ୍ମାନୀତ ଅତିଥି ଡ଼ିଡବ୍ଲ୍ୟୁଓ ସନ୍ତୋଷ କୁମାର ରଥ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ସରୋଜ କୁମାର ବେହେରା , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ନିୟୋଜନ ଅଧିକାରୀ ସୌଭାଗ୍ୟ କୁମାର ତ୍ରିପାଠୀ, ବିଡ଼ିଓ ବଂଶୀଧର ଖୋସଲା ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ସାହା ବ୍ରହ୍ମପୁର ଆଇଟିଆଇ, ଗୁମ୍ମା ଆଇଟିଆଇ, ରାୟଗଡ଼ ଆଇଟିଆଇ, ଚନ୍ଦ୍ରଗିରି ଆଇଟିଆଇ, ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ଆଇଟିଆଇ, ସରକାରୀ ପଲିଟେକ୍ନିକ ପାରଳାଖେମୁଣ୍ଡି , ରାଉଦୟଗିରି କୃଷିବିଜ୍ଞାନ କେନ୍ଦ୍ର ମାନଙ୍କରୁ ଆସିଥିବା ବିଦ୍ୟାଥିରି ମାନଙ୍କ ବିଭିନ୍ନ ପ୍ରକଳ୍ପକୁ ବୁଲି ଦେଖିଥିଲେ। ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଓ ଲକ୍ଷ୍ୟ ସଂପର୍କରେ ଉପସ୍ଥିତ ଛାତ୍ର/ଛାତ୍ରୀମାନଙ୍କୁ ପଚାରି ବୁଝିଥିଲେ। ମୋହନା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀମାନଙ୍କଦ୍ୱାରା ଦେଶତ୍ମାବୋଧ ସଙ୍ଗୀତ ଗାନ କରାଯାଇଥିଲା। ସଭାରେ ଉପସ୍ଥିତ ଛାତ୍ର/ଛାତ୍ରୀମାନଙ୍କୁ ଜିଲ୍ଲାପାଳ ବୈଜ୍ଞାନିକ ଚିନ୍ତାଧାରା ଓ ବିଚାର, ଆଇଟିଆଇର ନିଯୁକ୍ତି ସୁଯୋଗ, ବୈଷୟିକ ଶିକ୍ଷା ମାଧ୍ୟମରେ ଉପକୃତ ହେବା, ଆଇଟିଆଇର ବିଭିନ୍ନ କାର୍ଯ୍ୟକ୍ରମରେ ତିବ୍ଦତୀୟ ମାନଙ୍କୁ ସାମିଲ କରିବା ଉପରେ ଗୁରୁତ୍ଵ ଦେଇଥିଲେ । ଉନ୍ନତମାନର ପ୍ରକଳ୍ପ ପ୍ରଦର୍ଶିତ କରିଥିବା ପାଇଁ ବ୍ରହ୍ମପୁର ଆଇଟିଆଇକୁ ୫୦ ହଜାର ଟଙ୍କା,ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ଆଇଟିଆଇକୁ ୨୫ ହଜାର ଓ ଚନ୍ଦ୍ରଗିରି ଆଇଟିଆଇକୁ ୧୫ ହଜାର ଟଙ୍କା ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ତ୍ରିପାଠୀ ଓ ଚନ୍ଦ୍ରଗିରି ଆଇଟିଆଇର ଅଧ୍ୟକ୍ଷ ଇଁ. ଜଗଦୀଶ ହାଇବୃ ପରିଚାଳନା କରିଥିବାବେଳେ ବ୍ଲକ ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ, ମନୋଜ କୁମାର ଦାସ, ତାରାକାନ୍ତ ମହାପାତ୍ର, ରାମକୃଷ୍ଣ ସାହୁ, ସୁନିଲ କୁମାର ମୁର୍ମୁ, ଦୁଲେଶ୍ଵର ନାୟକ, ଉପେନ୍ର କୁମାର ସାହୁ,ନେପାଳ ଚନ୍ଦ୍ର ଗଙ୍ଗାଇ ଆଦି କର୍ମଚାରୀମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ