ଚନ୍ଦ୍ରଭାଗାରେ ବୁଡ ପକାଇଲେ ୨ ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା) : ପବିତ୍ର ମାଘ ସପ୍ତମୀ ତିଥିରେ ୨ ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା  ପୁଷ୍କରିଣୀରେ ଭୋର ସକାଳୁ ବୁଡ ପକାଇଛନ୍ତି । ଏଥିଲାଗି ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଗତକାଲି ଠାରୁ ମେଳା ପଡିଆରେ ଏକାଠି ହୋଇଥିବା ବେଳେ ଆଜି ଭୋର ସକାଳ ୪ ଟାରେ ବୁଡ଼ ପକାଇ ସୂର୍ଯ୍ୟମହାପ୍ରଭୁ ଙ୍କୁ ଦୀପଦାନ କରିଥିଲେ ।ପୁରାଣରେ ବର୍ଣ୍ଣିତ ରହିଛି ମାଘ ମାସ ସପ୍ତମୀ ତିଥିରେ ଶ୍ରୀ କୃଷ୍ଣ ଙ୍କ ପୁତ୍ର ଶାମ୍ବ ଅଭିଶାପ ପାଇଥିବା କୃଷ୍ଟ ରୋଗରୁ ମୁକ୍ତି ପାଇବା ପାଇଁ ଆଜି ପରା ଦିନରେ ସୂର‌୍ୟ୍ୟଙ୍କ ପୂଜା କରି କୃଷ୍ଟ ରୁ ମୁକ୍ତ ହୋଇଥିଲେ ସେହି ଦିନ ଠାରୁ ବିଶ୍ବାସ ନେଇ ଶ୍ରଦ୍ଧାଳୁ ମାନେ ଏଠି ତୀର୍ଥ ପୁଷ୍କରଣୀ ବୁଡ଼ ପକାଇଲେ ମନସ୍କାମନା ପୂର୍ଣ୍ଣ ଦେବା ସହ ଶରୀର ଆରୋଗ୍ୟ ହୋଇହିଥାଏ ବୋଲି ଶ୍ରଦ୍ଧାଳୁ ମାନଙ୍କର ବିଶ୍ୱାଳ ରହିଛି । ପ୍ରଥମେ ତ୍ରିବେଣୀଶ୍ୱର, ଇଶାଣେଶ୍ୱର, ଦକ୍ଷିଣେଶ୍ୱର ତିନି ଠାକୁର କୋଣାର୍କରୁ ରୋଷଣୀ ରେ ବାହାରି ରାତ୍ର ୪ଟା ସମୟ ରେ ମାଘବୁଡ଼ ମଣ୍ଡପ ଚନ୍ଦ୍ରଭାଗା ଠାରେ ପହଂଚିଥିଲେ , ପରେ ପୂଜକ ସୂର‌୍ୟ୍ୟ ଆଳତି କରି ପୁଷ୍କରଣୀ ରୁ ପାଣିନେଇ ତିନି ଠାକୁରଙ୍କୁ ସ୍ନାନ କରିବା ପରେ ଶ୍ରଦ୍ଧାଳୁ ମାନଂକୁ ପୁଷ୍କରଣୀକୁ ବୁଡପକାଇବା ପାଇଁ ଅନୁମତି ଦିଆଯାଇଥିଲା । ଏହିବର୍ଷ ବାରୁଣୀ ସ୍ନାନ ପଡ଼ିଥିବାରୁ ସୂର‌୍ୟ୍ୟ ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନେ ଚନ୍ଦ୍ରଭାଗା ବେଳା ମାର୍ଗରେ ଭିଡ଼ ଜମାଇଥିଲେ କୁହୁଡି ଥିବାରୁ ମହାପ୍ରଭୁ ୬:୪୫ ମିନିଟ ରେ ଭକ୍ତଙ୍କୁ ଦର୍ଶନ ଦେବାପରେ ବେଳା ମାର୍ଗରେ ଆଧାତ୍ମିକ ପରିବେଶ ସୃଷ୍ଟି ହେବା ସହିତ ହରିବୋଲ ହୁଳହୁଳିରେ କମ୍ପି ଉଠିଥିଲା ବେଳା ମାର୍ଗ ।ମାଘ ସପ୍ତମୀ ଯୋଗୁ ସୂର‌୍ୟ୍ୟ ମନ୍ଦିରରେ ଭିଡ଼ ପରିଲିକ୍ଷିତ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳା ନିମନ୍ତେ ପ୍ରଶାସନ ତରଫରୁ ୨୮ପ୍ଲାଟୁନ ପୋଲିସ ଫୋର୍ସ ସମେତ ୧୫୦ରୁ ଅଧିକ ପୋଲିସ ଅଧିକାରୀ ଦାଇତ୍ୱରେ ରହିଥିବା ବେଳେ ଏସ୍ପି ଘଟଣା ସ୍ଥଳରେ ରହି ତଦାରଖ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ