ଚନ୍ଦ୍ରଭାଗା ଉନ୍ନୟନ ପ୍ରକଳ୍ପ ଭିତରେ ଚାଲିଛି ତରବରିଆ କାର୍ଯ୍ୟ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଗତ ସପ୍ତାହରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଚନ୍ଦ୍ରଭାଗା ବେଳାଭୁମି ଉନ୍ନୟନ ପ୍ରକଳ୍ପ ନେଇ ତଦାରଖ କରିବା ସହିତ ଖୁବ୍ ଶୀଘ୍ର ବେଳାଭୁମି ସୋନ୍ଦର୍ଯ୍ୟକରଣ ନେଇ ଟେଣ୍ଡର ପ୍ରକ୍ରିୟା ସହ କାର୍ଯ୍ୟ ଆରମ୍ଭ ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିବା ବେଳେ ଚନ୍ଦ୍ରଭାଗା ଉନ୍ନୟନ ପ୍ରକଳ୍ପ ଭିତରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚାଲିଛି ତରବରିଆ କାର୍ଯ୍ୟ। ଚନ୍ଦ୍ରଭାଗା ନୋଳିଆ ସାହିରୁ ମୁଖ୍ୟ ଛକ ପର୍ଯ୍ୟନ୍ତ ପ୍ରାୟ ୬୦୦ ମିଟର ରାସ୍ତା ପାର୍ଶ୍ଵରେ ପେଭାର୍ ବ୍ଲକ୍ ପକାଇ ରାସ୍ତା ନିର୍ମାଣ କରାଯାଉଛି। ଯାହାକି ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ପ୍ରୀୟାପ୍ରିତି କାରଣରୁ ତରବରିଆ ଭାବେ ଏହି ଅନାବଶ୍ୟକ କାର୍ଯ୍ୟ ନିର୍ମାଣ କରାଯାଉଥିବା ନୋଳିଆ ସାହିର ବାସିନ୍ଦା ମାନେ ଏଭଳି ସୂଚନା ଦେଇଛନ୍ତି। ଯନ୍ତ୍ରୀ ମହାଶୟଙ୍କୁ ଦିନେ ହେଲେ କାର୍ଯ୍ୟ ସ୍ଥଳରେ ଲୋକେ ଦେଖି ପାରୁନଥିବା ବେଳେ ଜଣେ ରାଜସ୍ଥାନୀ ଠିକାଦାରକୁ ବିଭିନ୍ନ ପ୍ରୀୟାପ୍ରିତିରେ କାମ ଦେଉଛନ୍ତି କନିଷ୍ଠ ଯନ୍ତ୍ରୀ ମହାଶୟ। ରାଜସ୍ଥାନରୁ ଆସିଥିବା ଉକ୍ତ ଠିକାଦାର ମଧ୍ଯ କାର୍ଯ୍ୟ ସ୍ଥଳରେ ନରହି ପ୍ରାୟ କଟକ ଭୁବନେଶ୍ବର ବୁଲୁଛନ୍ତି। ଯାହା ଦ୍ୱାରା ବିହାର ରୁ ଆସିଥିବା ଶ୍ରମିକ ମାନେ ମନଇଛା କାର୍ଯ୍ୟ କରୁଛନ୍ତି। ନିମ୍ନ ମାନର ପେଭାର ବ୍ଲକ୍ ବ୍ୟବହୃତ ହେଉଥିବା ନେଇ ନୋଳିଆ ସାହିର କିଛି ଯୁବକ ଅଭିଯୋଗ କରିଛନ୍ତି। ତା ସହିତ ବେଳାଭୁମି ସୋନ୍ଦର୍ଯ୍ୟକରଣ ନେଇ ଟେଣ୍ଡର ପ୍ରକ୍ରିୟା ସହ କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ ସୂଚନା ଦେଇଥିବା ବେଳେ କିପରି ଓ କାହା ନିର୍ଦ୍ଦେଶରେ କନିଷ୍ଠ ଯନ୍ତ୍ରୀ ମହାଶୟ ନିଷିଦ୍ଧ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରୁଛନ୍ତି ତାହା ସନ୍ଦେହ ଘେରରେ। ଯନ୍ତ୍ରୀ ଜଣଙ୍କ ମନଇଚ୍ଛା କାର୍ଯ୍ୟ ଯୋଗୁଁ ସରକାରଙ୍କ କୋଟି କୋଟି ଟଙ୍କା ଆତ୍ମସାତ ହେବ ବୋଲି ଚନ୍ଦ୍ରଭାଗା ବଜାରର ଜଣେ ବ୍ୟବସାୟୀ କହିଛନ୍ତି। ଏନେଇ ଜିଲ୍ଲାପାଳ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଣାର୍କ ଏନଏସି ରେ କୋଟି କୋଟି ଟଙ୍କାର କାର୍ଯ୍ଯ ଜଣେ ରାଜସ୍ଥାନୀ ଠିକାଦାରକୁ ଦିଆଯାଇଛି। ଯାହା ଫଳରେ ସାଧାରଣ ଓଡ଼ିଆ ଲୋକଙ୍କ ସମସ୍ୟା କଥା ବୁଝିବାରେ ଅକ୍ଷମ ହେଉଛନ୍ତି। ଏଥି ସହିତ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ମଧ୍ୟ କାର୍ଯ୍ୟ ସ୍ଥଳକୁ ଆସିବାର ନଜିର ଆସୁନାହିଁ। କୋଣାର୍କ ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।


