ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରୁ ଜଳ ନିଷ୍କାସନ ଜୋରଦାର
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-ଆସନ୍ତା ୬ତାରିଖରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ପବିତ୍ର ମାଘ ସପ୍ତମୀ ବୁଡ । କରୋନା କଟକଣା ଯୋଗୁଁ କୋଭିଡ ଗାଇଡଲାଇନ ଅନୁଯାୟୀ ବିନା ଶ୍ରଧାଳୁରେ ବୁଡ ନୀତି ସମ୍ପାଦନ ହେବ । ବାବାତ୍ରୀବେଣୀଶ୍ୱର,ଦକ୍ଷିଣେଶ୍ୱର,ଇଶାଣେଶ୍ୱରଙ୍କ ଚଳନ୍ତି ପ୍ରତିମା ଏହି ତୀର୍ଥରେ ମହାସ୍ନାନ ସମ୍ପନ୍ନ ହେବ । ସପ୍ତମୀ ବୁଡ ସହ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ କାର୍ଯ୍ୟ ସାରିବାକୁ ନିର୍ଦେଶ ଦିଆ ଯାଇଥିବାରୁ ସମୟସୀମା ଭିତରେ କାର୍ଯ୍ୟ ସରିବା ନେଇ ପ୍ରସ୍ତୁତି ଆରମ୍ବ ହୋଇଯାଇଛି । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରୁ ଜଳ ନିଷ୍କାସନ ଓ ମେଳାପଡିଆର ବ୍ୟାରିକେଡ ନିର୍ମାଣ କାର୍ଯ୍ୟ ଆରମ୍ବ ହୋଇଛିି । ୧୦ଟି ପାଣି ପମ୍ପ ସାହାଯ୍ୟରେ ତୀର୍ଥ ପୁଷ୍କରିଣୀକୁ ଜଳ ନିଷ୍କାସନ ଓ ସଫେଇ କରାଯାଉଛି । ଏହା ପରେ ଚୂନ ଓ ବ୍ଲିଚିଂ ପକାଇ ସମ୍ପୂର୍ଣ ବିଶୋଧନ କରାଯିବ । ତିନି ଠାକୁରଙ୍କ ନୀତି ସମ୍ପାଦନ, ପରିମଳ, ଆଇନଶୃଙ୍ଖଳା, ଆଲୋକ ବ୍ୟବସ୍ତା ସୁଚାରୁରୂପେ ତୁଲାଇବା ସମନ୍ୱୟ ବୈଠକରେ ନିର୍ଦେଶ ଦିଆଯାଇଥିଲା । ଏହି ତିଥିରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ ପକାଇଲେ ଅଶେଷ ପୁଣ୍ୟ ଲାଭ ମିଳିଥାଏ ବୋଲି ଶ୍ରଧାଳୁଙ୍କ ମନରେ ବିଶ୍ୱାସ ରହିଛି ।