ଚନ୍ଦ୍ରଭାଗା ବୁଡ

ମାଘରେ ସପ୍ତମୀ
ସପ୍ତମୀରେ ବୁଡ
ବୁଡ ଚନ୍ଦ୍ରଭାଗା କୂଳେ,
ସତେଇଶି ଦିନ
ଶାମ୍ବ ସୂର୍ଯ୍ୟ ପୂଜି
ବ୍ୟାଧି ମୁକ୍ତ ମହୀତଳେ ।

ଶାମ୍ବ ଦଶମୀରୁ
ସୂର୍ଯ୍ୟ ପୂଜାରମ୍ଭ
ଅର୍କକ୍ଷେତ୍ର କୋଣାର୍କରେ,
ମାଘ ସପ୍ତାମୀରେ
ମନୋସ୍କାମ ପୂର୍ଣ୍ଣ
ବୁଡ ସୂର୍ଯ୍ୟ ତର୍ପଣରେ ।

ସୁରେଶ୍ଵରୀ ଗଙ୍ଗା
କୋଟି ତୀର୍ଥ ପୂଣ୍ଯା
ଚନ୍ଦ୍ରଭାଗା ନାମେ ବହି,
ଅର୍କକ୍ଷେତ୍ର ତାର
ପବିତ୍ର ବାରିରେ
ବ୍ୟାଧି ମୁକ୍ତ କରୁଥାଇ ।

ତହିଁ ସରସ୍ଵତୀ
ପ୍ରାଚୀ ନଦୀ ରୂପେ
ମର୍ତ୍ତ୍ୟରେ ପ୍ରବାହ ହୋଇ,
କୋଣାରକେ ନାମ
ପୂଣ୍ଯ ଚିତ୍ରୋତ୍ପଳା
ପାପ ତାପ ଦିଏ ଧୋଇ ।

ଏଣୁ ଚନ୍ଦ୍ରଭାଗା
ଚିତ୍ରୋତ୍ପଳା କୂଳେ
ବୁଡ ମାଘ ସପ୍ତମୀରେ ,
ସୂର୍ଯ୍ୟଙ୍କୁ ଦର୍ଶନ
ଜପ ତପ ଅର୍ଥେ
ଖଣ୍ଡଗିରି ଚାଲ ଧିରେ l
ଗଦାଧର ସାହୁ,କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ