ଚନ୍ଦ୍ରଭାଗା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-ଗୁରୁବାର ସଂଧ୍ୟାରେ ଚନ୍ଦ୍ରଭାଗାସ୍ଥିତ ଧର୍ମପଦ ଷ୍ଟାଡିୟମଠାରେ ଆରମ୍ଭ ହୋଇଥିବା ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଛି । ଏଥିରେ ଆନ୍ଧ୍ର ପ୍ରଦେଶର ଦଣ୍ଡୁପାଲମ ଟିମ୍ ଓଡିଶାର ଚନ୍ଦ୍ରଭାଗା ଟିମକୁ ହରାଇ ଚମ୍ପିଆନ ହୋଇଛି । ଆୟୋଜକ ଅନୁଷ୍ଠାନ ଚନ୍ଦ୍ରଭାଗା ତେଲୁଗୁ ସାହି ଯୁବସଂଘ ପକ୍ଷରୁ ଚମ୍ପିଆନ ଟିମକୁ ଟ୍ରଫି ସହିତ ୨୦ହଜାର ଟଙ୍କା ଓ ରନର୍ସ ଅପ୍ ଟିମକୁ ଟ୍ରଫି ସହିତ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଉଦ୍‌ଯାପନୀ ସମାରୋହରେ ସମାଜସେବୀ ରାମକୃଷ୍ଣ ମହାନ୍ତି ଓ କୋଣାର୍କ ଏନ୍‌ଏସିର ପୂର୍ବତନ କାଉନସିଲର ରଞ୍ଜିତ ରାଉତାରୟ ଅତିଥିରୂପେ ଯୋଗଦେଇ ବିଜୟୀ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ତେଲୁଗୁ ସାହିର ଦିବଂଗତ ସମାଜସେବୀ ପିକ୍କି ଅପଲ ରାଜୁଙ୍କ ସ୍ମୃତିରେ ଆୟୋଜିତ ଏହି ଭଲି ଟୁର୍ଣ୍ଣାମେଣ୍ଟକୁ ରେଫରି ଭାବରେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ରେଫରି ସୁଦର୍ଶନ ପଟ୍ଟନାୟକ ଏବଂ ଜାତୀୟସ୍ତରର ରେଫରି ବିଦ୍ୟୁତଭୂଷଣ ରଥ, ଶ୍ରୀବତ୍ସ କୁମାର ନାୟକ, ତ୍ରିଲୋଚନ ଦାଶ ଓ ବଳରାମ ସାହୁ ନିରପେକ୍ଷ ରାୟ ଦେଇ ଶୃଂଖଳାର ସହିତ ପରିଚାଳନା କରଥିଲେ । ଓଡିଶା ଓ ଆନ୍ଧ୍ର ପ୍ରଦେଶର ଦଣ୍ଡୁପାଲମ୍‌, ଇଟାମାଟି, ନାଗପୁର, ଚନ୍ଦ୍ରଭାଗା ଓ ଖୋର୍ଦ୍ଧାରୁ ୬ଟି ଟିମ୍ ଏହି ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ । ତେଲୁଗୁ ସାହିରଯୁବ ସମାଜସେବୀ ବଳରାମଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ