ଚନ୍ଦ୍ରଭାଗା ସମୁଦ୍ରରେ ବେଆଇନ ଟ୍ରଲର ମାଡରେ ଡଲଫିନ ଆହତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ସାମୁଦ୍ରିକ ମତ୍ସ୍ୟ ବିଭାଗର ଢିଲା ପେଟ୍ରୋଲିଂଗ ବ୍ୟବସ୍ଥା ଯୋଗୁଁ ବେଆଇନ ଟ୍ରଲର ମାଡରେ ଗୋଟିଏ ଡଲଫିନ ଆହତ ହୋଇଥିବା ଜଣାପଡିଛି। ଖବରରୁ ପ୍ରକାଶ ଯେ ଚନ୍ଦ୍ରଭାଗା ସମୁଦ୍ରରେ ଦିନକୁ ଦିନ ବେଆଇନ ଟ୍ରଲର ଚଳାଚଳ ଯୋଗୁଁ ଡଲଫିନ ଭଳି ଜୀବ ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳିଛି। ସମୁଦ୍ର ଜଳପଥରେ ସାମୁଦ୍ରିକ ମତ୍ସ୍ଯ ବିଭାଗ, ମେରାଇନ ପୋଲିସ ଓ ବନବିଭାଗ ପକ୍ଷରୁ ମିଳିତ ଭାବେ ପ୍ରେଟୋଲିଂଗ କରାଯିବାର ବ୍ୟବସ୍ଥା ଥିବା ବେଳେ ବିଭାଗ ମଧ୍ୟରେ ତାଳ ମେଳ ଅଭାବରୁ ଦିନକୁ ଦିନ ଟ୍ରଲର ମାଫିଆଙ୍କ ପ୍ରାଦୁର୍ଭାବ ଯୋଗୁଁ ବେଆଇନ ଭାବେ ଟ୍ରଲର ଗୁଡିକ ସମୁଦ୍ର ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛଧରିବା ଯୋଗୁଁ ସାମୁଦ୍ରିକ ଜୀବମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ବେଆଇନ ଟ୍ରଲର ମାଡରେ ଶୁକ୍ରବାର ଭୋରୁ ସମୁଦ୍ର କୂଳରେ ଆଘାତପ୍ରାପ୍ତ ଗୋଟିଏ ଡଲଫିନ ଆହତ ହୋଇଥିବା ଜଣାପଡିଛି। ଖବର ପାଇ କୋଣାର୍କ ବନବିଭାଗ ପକ୍ଷରୁ ଆଘାତପ୍ରାପ୍ତ ଡଲଫିନ ଟିକୁ ଚନ୍ଦ୍ରଭାଗା ତେଲୁଗୁ ବସ୍ତିର କେତେଜଣ ଲୋକଙ୍କ ସହାୟତା ରେ ସମୁଦ୍ରରେ ଛଡା ଯାଇଥିଲା । ବେଆଇନ ଟ୍ରଲର ଉପରେ କଡାକଡି ଭାବେ ନଜର ରଖାଯିବା ସହ ଅନ୍ୟ ବିଭାଗ ସହ ସମୀକ୍ଷା ବୈଠକ କରାଯାଇ ସମୁଦ୍ର ନିଷିଦ୍ଧାଞ୍ଚଳରେ ପ୍ରେଟୋଲିଂଗ ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି କୋଣାର୍କ ବନାଚଂଳ ଅଧିକାରୀ ବେଣୁଧର ବେହେରା ପ୍ରକାଶ କରିଛନ୍ତି।


