ଚନ୍ଦ୍ରଭାଗା ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ…
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଜିଲ୍ଲା ପ୍ରସାଶନ ଦ୍ୱାରା ଚନ୍ଦ୍ରଭାଗା ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ନିମନ୍ତେ ସ୍ଥାନାନ୍ତରିତ ହେବାକୁ ଥିବା ବ୍ୟବସାୟୀ ଙ୍କ ନିମନ୍ତେ ଚିହ୍ନଟ ମାର୍କେଟ ଜମିକୁ ନେଇ ଦେଖାଦେଇଛି ସମସ୍ୟା । ଦୀର୍ଘ ୩୦ ବର୍ଷ ଧରି ଉକ୍ତ ଜମି ରେ ଥିବା ବନବିଭାଗ ର ଗଛ ଗୁଡ଼ିକୁ ବନବିଭାଗ ଦ୍ୱାରା ନିଯୁକ୍ତ କରମଙ୍ଗା-ଶ୍ରୀକଣ୍ଠପୁର ଇଡିସି ଦ୍ୱାରା ସୁରକ୍ଷା ଦିଆଯାଉଥିଲା ବେଳେ ବନ ବିଭାଗର ବିନା ଅନୁମତି ଓ କରମଙ୍ଗା ଇଡିସି ସହିତ ପ୍ରସାଶନ କୌଣସି ଆଲୋଚନା ନକରି ସେମାନଙ୍କ ଅଗୋଚରରେ ଉକ୍ତ ଜମିରେ ଉଚ୍ଛେଦ ହେବାକୁ ଥିବା ୨୪ ଜଣ ସ୍ଥାୟୀ ବ୍ୟବସାୟ ସମେତ କେତେକ ଅସ୍ଥାୟୀ ବ୍ୟବସାୟୀ ଙ୍କୁ ଭେଣ୍ଡିଙ୍ଗଜୋନ ମାଧ୍ୟମ ରେ ଥଇଥାନ ନିମନ୍ତେ ଜିଲ୍ଲା ପ୍ରସାଶନ ପକ୍ଷରୁ ନିଷ୍ପତି ନିଆଯାଇ ନିଯୁକ୍ତ ଠିକାଦାର ଦ୍ୱାର ବାଲି ପୋତା କାର୍ଯ୍ୟ ଚାଲୁ ରହି ଥିଲାବେଳେ ଠିକାଦାର କରମଙ୍ଗା- ଶ୍ରୀକଣ୍ଠପୁରବ ଇଡିସି ର କମିଟିକୁ ନଜଣାଇ ସେହି ଜମି ରୁ ପ୍ରାୟ ୨୦ରୁ ଅଧିକ ଝାଉଁ ଗଛକୁ ମେସିନ ଦ୍ବାରା ଓପାଡି ତା ଉପରେ ବାଲି ସମତୁଲ କରିଦେଇଥିବା ଗ୍ରାମ୍ୟ ସୁରକ୍ଷା କମିଟି ପକ୍ଷରୁ ବନବିଭାଗ ନିକଟରେ ଅଭିଯୋଗ ହୋଇଛି। ଏନେଇ ଶୁକ୍ରବାର ରାତିରେ କରମଙ୍ଗା-ଶ୍ରୀକଣ୍ଠପୁର ଇଡିସି ର ଏକ ଜରୁରୀ ବୋର୍ଡ ବୈଠକ ଡକାଯାଇ ବିସ୍ତ୍ରୁତ ଆଲୋଚନା କରାଯିବା ପରେ ନିଷ୍ପତି ଅନୁଯାୟୀ ଶନିବାର କରମଙ୍ଗା-ଶ୍ରୀକଣ୍ଠପୁର ଇଡିସିର କର୍ମକର୍ତ୍ତା ମାନେ ଉକ୍ତ ଜମି ରେ ପହଞ୍ଚି ଚାଲୁଥିବା କାର୍ଯ୍ୟକୁ ବନ୍ଦ କରି ବସିରହିଥିଲେ। ଅଭୟାରଣ୍ୟ ନିକଟରୁ ପ୍ରସାଶନ କେତେ ପରିମାଣର ଜମି ହସ୍ତାନ୍ତର କରିଛନ୍ତି ଓ ସେଥିରେ ଥିବା ଝାଉଁ ଗଛ ଗୁଡିକୁ କାଟିବା ନେଇ କୌଣସି ଅନୁମତି ନେଇ ନଥିବାକୁ ନେଇ କରମଙ୍ଗା ଇଡିସି ସଭାପତି ଭାଗିରଥି ସ୍ୱାଇଁ ଓ ସ୍ଥାନୀୟ ବନ ଅଧିକାରୀ ଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚି ବିନା ଅନୁମତି ରେ ଜୀବନ୍ତ ଝାଉଁ ଗଛ କାଟିବାକୁ ନେଇ ତାଗିଦ କରିବା ସହିତ ବନବିଭାଗ ର ଅନୁମତି ଆଣିବା ସହିତ କାର୍ଯ୍ୟକରିବାନେଇ ସମସ୍ତ କାଗଜପତ୍ର ତୁରନ୍ତ ହସ୍ତାନ୍ତର କରି କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ । ଏନେଇ ଚନ୍ଦ୍ରଭାଗା ବଜାର କମିଟି ର ସଭାପତି ଭାସ୍କର ବେହେରା ଘଟଣାସ୍ଥଳରେ ପହଂଚି ବନବିଭାଗ ଅଧିକାରୀ ଓ ଇଡିସି ର ସଭାପତି ଙ୍କୁ ପୁରୀ ଜିଲ୍ଲାପାଳଙ୍କୁ ଏ ନେଇ ସେ ଅବଗତ କରାଇବେ ବୋଲି କହିଥିଲେ । ସୂଚନାଥାଉକି, ପୁରୀ-କୋଣାର୍କ ବେଳାମାର୍ଗ ଚନ୍ଦ୍ରଭାଗା ୪୬ କୋଟି ରୁ ଉର୍ଦ୍ଧ୍ଵ ତାଙ୍କ ବ୍ୟୟ ରେ ନୂଆ ରୂପରେଖ ପାଇବ । ଏନେଇ ପ୍ରସାଶନ ପକ୍ଷରୁ ଚନ୍ଦ୍ରଭାଗା ବେଳାଭୂମି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଚନ୍ଦ୍ରଭାଗାରେ ଥିବା ୨୪ଟି ସ୍ଥାୟୀ ଦୋକାନ ଗୃହ ଗୁଡିକୁ ପ୍ରସାଶନ ଦ୍ୱାରା ଉଛେଦ କରାଯାଇ ଉଛେଦ ବ୍ୟବସାୟୀଙ୍କୁ ଜୟଦେବ ବଟିକା ନିକଟରେ ଥିବା ଜମି ଯୋଗାଇ ଦିଆଯାଇ ପୁନଃ ବ୍ୟବସାୟୀ ଗୃହ ନିର୍ମାଣ କରିବା ପାଇଁ ଉକ୍ତ ଜମିରେ ପ୍ଲଟ ଯୋଗାଇ ଦିଆଯାଇ ଥଇଥାନ କରାଯିବା ନିମନ୍ତେ ନିଷ୍ପତି ହୋଇଛି । ।ଜୟଦେବ ବାଟିକା କୁ ଲଗାଇ ରାଜସ୍ୱ ବିଭାଗ ଅଧିନ ରେ ଥୁବା କୋଣାର୍କ ମୌଜ଼ା ର ଖାତା ନମ୍ବର-୨୯୮ ପ୍ଲଟ ନମ୍ବର-୧୬୫୯ ସମୁଦାୟ ୪୧.୯୦ ଏକର ରୁ ୧ ଏକର ଜମି ରେ ଏହି ମାର୍କେଟ କମ୍ପ୍ଲେକ୍ସ “ଏଲ” ଆକାରରେ ନିର୍ମାଣ ସହିତ ପର୍ଯ୍ୟଟକ ଙ୍କ ପାଇଁ ସମସ୍ତ ମୌଳିକ ସୁଭିଧା ସହିତ ଏକ ମଡେଲ କାର ପାର୍କିଙ୍ଗ ର ବ୍ୟବସ୍ଥା କରାଯାଇଛି ।


