ଚନ୍ଦ୍ରଯାନ-୨: ସରିନି ମିଶନ୍, ମଉଳିନି ଅପେକ୍ଷା
ନୂଆଦିଲ୍ଲୀ: ଶନିବାର ଭାରତ ଚନ୍ଦ୍ରପୃଷ୍ଠରେ ଇତିହାସ ରଚିବାର ମାତ୍ର ୨ ମିନିଟ୍ ଏବଂ ୨ କିଲାମିଟର ପୂର୍ବରୁ ଲ୍ୟାଣ୍ଡର “ବିକ୍ରମ’ ସହ ଯୋଗାଯୋଗ ବିଚ୍ଛିନ୍ନ ଘଟିଛି । ଏହାପରେ ମିଶନ୍ ଚନ୍ଦ୍ରଯାନ-୨ର ପୂର୍ଣ୍ଣ ସଫଳତାକୁ ନେଇ ଆଶା ଓ ଆଶଙ୍କା ଜାରି ରହିଛି । ବର୍ତ୍ତମାନ ମଧ୍ୟ ଚନ୍ଦ୍ରକୁ ପ୍ରଦିକ୍ଷଣ କରୁଥିବାରୁ ଏହି ମିଶନ୍ ବିଫଳ ନୁହେଁ ବାଲି ଇସ୍ରୋ ସହିତ ବିଶ୍ୱର ବିଭିନ୍ନ ମହାକାଶ ବିଜ୍ଞାନୀ ସ୍ୱୀକାର କରିଛନ୍ତି । ଆଜି ଇସ୍ରୋ ଅଧ୍ୟକ୍ଷ କେ ଶିବନ୍ ଦୂରଦର୍ଶନକୁ ସାକ୍ଷାତକାରରେ କହିଛନ୍ତି, ଆଗାମୀ ୧୪ ଦିନ (ଚନ୍ଦ୍ରରେ ଗାଟିଏ ଦିନ) ପାଇଁ ବିକ୍ରମ ସହ ଯୋଗାଯୋଗ ସ୍ଥାପନ ପାଇଁ ପ୍ରୟାସ କରାଯିବ । ଶନିବାର ବିକ୍ରମ ନୀରବି ଯିବାପରେ ଏକ ପ୍ରକାର ଭାଙ୍ଗି ପଡ଼ିଥିବା ଶିବନ୍ ଆଜି ଦୂରଦର୍ଶନରେ ମୁହଁ ଖୋଲିଛନ୍ତି । ଏହି ଅପରେସନ୍ର ଶେଷ ଭାଗରେ ହିଁ ତ୍ରୁଟି ରହିବା ମିଶନକୁ ଅଧା ରଖିବାର ମୁଖ୍ୟ କାରଣ ବାଲି ଶିବନ୍ କହିଛନ୍ତି? ବିକ୍ରମ ଚନ୍ଦ୍ରପୃଷ୍ଠରୁ ମାତ୍ର ୨.୧ କିଲୋମିଟର ଦୂରରେ ଥିବା ସମୟରେ ହିଁ ଏଭଳି ହୋଇଥିଲା । ଶେଷ ପର୍ଯ୍ୟାୟରେ ଯେପରି ଏହା କାର୍ଯ୍ୟକାରୀ ହେବା କଥା ତାହା ଠିକ୍ରେ ହୋଇନଥିଲା ବୋଲି ଶିବନ୍ କହିଛନ୍ତି । ଏହି ଷ୍ଟେଜରେ ହିଁ ବିକ୍ରମ ସହ ଲିଙ୍କ ଫେଲ୍ ହୋଇଥିଲା । ସେ କହିଥିଲେ, ୧.୫୫ ବେଳକୁ ହିଁ ବିକ୍ରମ ସହ ଯୋଗାଯୋଗ ବିଫଳ ହୋଇଥିଲା । ଚନ୍ଦ୍ରପୃଷ୍ଠରେ ଏହା ଅବତରଣ କରିବାର ୨.୧ କିଲୋମିଟର ପୂର୍ବରୁ ଏହାର ପ୍ରଦର୍ଶନ ସ୍ୱାଭାବିକ ଥିଲା । ଇସ୍ରୋ ପକ୍ଷରୁ କୁହାଯାଇଛି, କେବଳ ଯୋଗାଯୋଗ ବିଚ୍ଛିନ୍ନ ହେବାକୁ ଛାଡ଼ି ୯୦ରୁ ୯୫% ଯାଏ ଏହି ମିଶନର ଲକ୍ଷ୍ୟ ପୂରଣ ହୋଇଛି । ଅନ୍ୟପକ୍ଷରେ ଚନ୍ଦ୍ର କକ୍ଷପଥରେ ଘୂରିବୁଲୁଥିବା ଅର୍ବିଟରର ଆୟୁଷ ବର୍ଷେ ବଦଳରେ ୭ ବର୍ଷ ଯାଏ ବୃଦ୍ଧିହେବା ଆକଳନ କରାଯାଉଛି । ଅର୍ଥାତ ଆଗାମୀ ୭ ବର୍ଷ ଯାଏ ଚନ୍ଦ୍ରଯାନ-୨ ମିଶନ୍ ଭାରତକୁ ତଥ୍ୟ ଯୋଗାଇବ । ଇସ୍ରୋ ପକ୍ଷରୁ କୁହାଯାଇଛି, ଅର୍ବିଟରରେ ଲାଗିଥିବା ୮ଟି “ସ୍ଲେଟ୍ ଅଫ୍ ଦି ଆର୍ଟ’ ଉପକରଣ ଚନ୍ଦ୍ରର ପରିବର୍ତ୍ତନ ବାବଦରେ ଧ୍ୟାନ ରଖିବା ସହ ଖଣିଜ ଓ ଜଳର ସନ୍ଧାନ କରିବ । ଅର୍ବିଟରରେ ଲାଗିଥିବା କ୍ୟାମେରା ଆଜି ଯାଏ ଚନ୍ଦ୍ର ମିଶନ୍ର ସବୁଠାରୁ ଶକ୍ତିଶାଳୀ କ୍ୟାମେରା । ଏହା ସମଗ୍ର ବିଶ୍ୱର କାମରେ ଲାଗିବ? ତେବେ ଏହି ତ୍ରୁଟି ବହୁ ଚର୍ଚ୍ଚିତ ଗଗନଯାନ ମିଶନ୍ ଉପରେ କିଛି ମଧ୍ୟ ପ୍ରଭାବ ପକାଇବନି ବାଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଏହି ମିଶନରେ ମହାକାଶଚାରୀ ଅନ୍ତରୀକ୍ଷକୁ ଯିବାର ଅଛି । ଚନ୍ଦ୍ରଯାନ ଏବଂ ଗଗନଯାନର ଲକ୍ଷ୍ୟ ଏବଂ ବ୍ୟବସ୍ଥା ଭିନ୍ନ ଭିନ୍ନ ବାଲି ଇସ୍ରୋର ଜଣେ ଅଧିକାରୀ ପିଜି ଦିୱାକର କହିଛନ୍ତି । ଗଗନଯାନ ମିଶନ୍ ସହ ସ୍ୟାଟେଲାଇଟ୍ ମିଶନ୍ ସବୁ ସ୍ୱାଭାବିକ ଭାବେ ଚାଲିବ ବାଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୨୨ ତାରିଖରେ ଜିଏସ୍ଏଲ୍ଭି ଏମ୍କେ ୩ ବା ବାହୁବଳୀ ରକେଟ୍ ଜରିଆରେ ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୨ର ଉତ୍କ୍ଷେପଣ କରାଯାଇଥିଲା । ୩,୮୪୦ କେଜି ଓଜନର ଚନ୍ଦ୍ରଯାନ-୨କୁ ନେଇ ଏହା ମହାକାଶକୁ ଯାଇଥିଲା । ଅଗଷ୍ଟ ୧୪ରେ ଏହା ପୃଥିବୀର କକ୍ଷପଥ ଛାଡ଼ି ଅଗଷ୍ଟ ୨୦ରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା । ସେପ୍ଟେମ୍ବର ୨ ତାରିଖରେ ରୋଭର ପ୍ରଜ୍ଞାନ୍ ସହ ଲ୍ୟାଣ୍ଡର ବିକ୍ରମ ଅର୍ବିଟରଠାରୁ ଅଲଗା ହୋଇଥିଲା । ଏହାପରେ ଏହି ଲ୍ୟାଣ୍ଡର ଚନ୍ଦ୍ର ଆଡ଼କୁ ମୁହାଁଇଥିଲା ।