ଚନ୍ଦ୍ରିକା ସାପ୍ତାହିକ ପତ୍ରିକା ଉନ୍ମୋଚିତ

ଶେରଗଡ,(ବିଭୁ ପ୍ରସାଦ ଦାସ): ବ୍ଳକ ପିତ୍ତଳ ଛକ ସ୍ଥିତ ଚନ୍ଦ୍ରିକା ବିଦ୍ୟାମନ୍ଦିରର ସାପ୍ତାହିକ ପତ୍ରିକା ଚନ୍ଦ୍ରିକାର ପ୍ରଥମ ସଂସ୍କରଣ ରବିବାର ଦିନ ଉନ୍ମୋଚିତ ହୋଇଯାଇଛି । ଏଥି ନିମନ୍ତେ ଶେରଗଡ ପୂର୍ତ୍ତବିଭାଗ ଡାକ ବଙ୍ଗଳା ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗ୍ରୀନ ବିପ୍ଳବର ନୋବେଲ ବିଜେତା ତଥା ସମାଜସେବୀ ପ୍ରଫୁଲ୍ଲ ସାମନ୍ତରାୟ ଶେରଗଡ ପ୍ରେସ୍ କ୍ଲବ ସଭାପତି ସୂର୍ଯ୍ୟନାରାୟଣ ଦାଶ ବରିଷ୍ଠ ସାମ୍ବାଦିକ ହୃଷିକେଶ ମାହାନ୍ତି ଯୋଗଦେଇଥିଲେ । ଚନ୍ଦ୍ରିକା ସାପ୍ତାହିକ ପତ୍ରିକାର ସମ୍ପାଦକ ଇଂ ବିଚିତ୍ରାନନ୍ଦ ମୁନିଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଏହି ପତ୍ରିକାର ପ୍ରଥମ ସଂସ୍କରଣ ଉନ୍ମୋଚନ ଅବସରରେ ଶ୍ରୀ ମୁନି ପ୍ରକାଶ କରିଥିଲେ କି ଏହି ପତ୍ରିକା ସାଂସ୍କୃତିକ ଆଞ୍ଚଳିକ କବିତା ଓ ଗଳ୍ପ ଉପରେ ପର୍ଯ୍ୟବେସିତ ଏଣୁ ଏହି ପତ୍ରିକାର ଉନ୍ନତି ଆପଣ ମାନଙ୍କ ସାହାଯ୍ୟ ଓ ସହଯୋଗରେ ବୋଲି କହିଥିଲେ । ଏହି ପତ୍ରିକା କୌଣସି ରାଜନୈତିକ ସ୍ୱାର୍ଥର ଉର୍ଦ୍ଧରୁ ରହି କାମ କରିବ ବୋଲି ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ପାତ୍ର, ରାଘବାନନ୍ଦ ପଶୁପାଳକ, ଦେବୀ ପ୍ରସାଦ, ଅଖିଳ ପଟ୍ଟନାୟକ ଓ ରାମକୃଷ୍ଣ ପାଣି ସମେତ ସମସ୍ତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ