ଚନ୍ଦ୍ରୟାନ-୨ ବିକ୍ରମ ଲ୍ୟାଣ୍ଡର ଉଭାନ୍‌

ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୨ ବିକ୍ରମ ଲ୍ୟାଣ୍ଡରର ପତ୍ତା ମିଳୁନାହିଁ । ବହୁ ପ୍ରୟାସ ସତ୍ତେ୍ୱ ନାସା ଫେଲ୍ ମାରିଛି । ଏହାର ଫଟୋ ଉଠାଇବା ଲାଗି ପ୍ରୟାସ କରାଯାଇଥିଲେ ହେଁ ଟେର୍ ମିଳୁନାହିଁ । ଗତ ସେପ୍ଟେମ୍ୱର ୭ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ଚନ୍ଦ୍ରର ଦକ୍ଷିଣ ମେରୁରେ ବିକ୍ରମ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ ନେଇ ଆଶା କରାଯାଇଥିବାବେଳେ ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଚନ୍ଦ୍ର ସର୍ବେକ୍ଷଣ ଅର୍ବିଟର ଗତ ୧୪ ତାରିଖରେ ବିକ୍ରମ ଲ୍ୟାଣ୍ଡରର ଫଟୋ ଉଠାଇବା ଲାଗି ତଲାସି କରିଥିବାବେଳେ ଚନ୍ଦ୍ରପୃଷ୍ଠରୁ ଖାଲିହାତରେ ଫେରିଥିଲା । ଲ୍ୟାଣ୍ଡରର କୌଣସି ସନ୍ଧାନ ନ ମିଳିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ପାଲଟିଛି ବାଲି ପ୍ରୋଜେକ୍ଟ ସାଇଣ୍ଟିଷ୍ଟ ନାହ ଏଡ୍‌ୱାର୍ଡ ପେଟ୍ରୋ ପ୍ରକାଶ କରିଛନ୍ତି । କ୍ୟାମେରା ଟିମ୍ ସଯତ୍ନ ଲ୍ୟାଣ୍ଡିଂ ଏରିଆ ସର୍ଚ୍ଚ କରିଥିବା ସେ କହିଛନ୍ତି । ହାର୍ଡ ଲ୍ୟାଣ୍ଡିଂ ପରେ ବିକ୍ରମ କେଉଁଆଡ଼େ ଛିଟିକି ପଡ଼ିଥିବା ସନ୍ଦେହ କରାଯାଉଛି । ସର୍ଚ୍ଚ ଅପରେଶନ ବାହାରେ ଏହା ରହିଛି । ସେପ୍ଟେମ୍ୱର ୧୭ରେ ମଧ୍ୟ ହୋଇ ରିଜୋଲ୍ୟୁଶନ ଇମେଜ୍ ଅଣାଯାଇଥିଲେ ବି କିଛି ସଫଳତା ମିଳିନାହିଁ । ଏନେଇ ଅଧିକ ଅନୁଧ୍ୟାନ କରାଯିବାର ଆବଶ୍ୟକତା ରହିଥିବା ପେଟ୍ରୋ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ