ଚପଲ ନିଷେଧ ଥିବା ଗାଁ
ଆଜିକାଲିର ଆଧୁନିକ ଯୁଗରେ ବିନା ଚପଲରେ କେହି ବି ବାହାରକୁ ଯିବା କଥା କଳ୍ପନା ମଧ୍ୟ କରିବେନି । ଯଦି କେବେ ଅତି ଜରୁରୀ ପଡେ ତେବେ ଏପରି ଘଟିଥାଏ । ତେବେ ଭାରତରେ ଏପରି ଏକ ଗ୍ରାମ ଅଛି ଯେଉଁଠି ଚପଲ ପିନ୍ଧିବା ମନା । ମଦୁରାଇଠାରୁ ୨୦ କି.ମି ଦୂର କଲିମାୟନ ଗ୍ରାମରେ ରହିଛି ଏପରି ଅଜବ ନିୟମ । ଏହି ନିୟମ ଯେଉଁ ଲୋକ ଭାଙ୍ଗିବ ତାକୁ ଦଣ୍ଡ ମଧ୍ୟ ଦିଆଯାଇଥାଏ । ଏହି ପ୍ରଥା ବହୁପୂରାତନ କାଳରୁ ଚାଲିଆସିଛି ବୋଲି ଗ୍ରାମବାସୀ ମତ ଦେଇଛନ୍ତି । ଏଠାକାର ବାସିନ୍ଦା ନିଜ ଗ୍ରାମଦେବତାଙ୍କ ପାଇଁ ଏପରି କରନ୍ତି ବୋଲି ମତଦେଇଛନ୍ତି । ଏହା ତାଙ୍କର ଭଗବାନଙ୍କ ପାଇଁ ଶ୍ରଦ୍ଧା । ତେବେ ଏହି ଗାଁର ବାହାରକୁ ଆସିଲା ପରେ ଏହି ନିୟମ ଲାଗୁ ହୋଇନଥାଏ । କିନ୍ତୁ ବାହାରୁ ଆସୁଥିବା ଅନ୍ୟ ଲୋକମାନେ ମଧ୍ୟ ଏହି ନିୟମ ପାଳନ କରିବାକୁ ବାଧ୍ୟ ।