ଚପଲ ହଜିବା ହୋଇପାରେ ବିପଦ ସଙ୍କେତ

ପାଦର ଚପଲକୁ ଆମେ କେହି ଏତେଟା ଗୁରୁତ୍ୱ ଦିଅନ୍ତି ନାହିଁ । ଅନେକ ସମୟରେ ଚପଲ ବା ଜୋତା ହଜିବା ମଧ୍ୟ ଆମ ପାଇଁ ଏକ ସାଧାରଣ ଘଟଣା ହୋଇଥାଏ । ବେଳେବେଳେ ମନ୍ଦିର ଯିବା ସମୟରେ ମଧ୍ୟ ଆମେ ଚପଲ ହଜାଇଥାଉ । ବିଶେଷ କରି ପିଲାମାନଙ୍କ କ୍ଷେତ୍ରରେ ଚପଲ ହଜିବା ଅଧିକ ଦେଖିବାକୁ ମିଳିଥାଏ । ହେଲେ ଆପଣ ଜାଣନ୍ତି କି, ଚପଲ ହଜିବାକୁ ଆମ ଶାସ୍ତ୍ର ସହଜରେ ଗ୍ରହଣ କରେ ନାହିଁ । ଏହା ଦ୍ୱାରା ଆମ ଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯାଏ ବୋଲି ଶାସ୍ତ୍ରଜ୍ଞମାନେ କହନ୍ତି । ଶାସ୍ତ୍ର ଅନୁସାରେ ଚପଲ ହଜିଲେ କ’ଣ ହୋଇଥାଏ, ତାହା ନିମ୍ନରେ ଉଲ୍ଲେଖ କରାଗଲା ।
ଙ୍ଖ ଯଦି ଆପଣଙ୍କ ଚପଲ ଛିଣ୍ଡିଯାଏ ତେବେ ଜାଣନ୍ତୁ ଆପଣଙ୍କ ଉପରେ ଶନିଙ୍କ କୁପ୍ରଭାବ ପଡ଼ିପାରେ ବୋଲି ଶାସ୍ତ୍ରଜ୍ଞ କହନ୍ତି ।
ଙ୍ଖ ସେହିପରି ଆପଣଙ୍କ ପାଦରୁ ଯଦି ଚପଲ ହଜିଯାଏ, ତେବେ ଏହା ଆପଣଙ୍କ ଜୀବନରେ ହେବାକୁ ଥିବା କିଛି ବଡ଼ ବିପଦର ସଙ୍କେତ ଦେଉଛି । କେବଳ ଗୋଟିଏ ନୁହେଁ ଆପଣଙ୍କୁ ଅନେକ କିଛି ସମସ୍ୟାର ସାମନା କରିବାକୁ ପଡ଼ିପାରେ ବୋଲି ଶାସ୍ତ୍ରଜ୍ଞ କହନ୍ତି ।
ଙ୍ଖ ସେହିପରି ଆପଣଙ୍କ ଚପଲ ଯଦି ଚୋରି ହୋଇଯାଏ, ତେବେ ଏହା ଶନିଦେବଙ୍କ ପ୍ରକୋପ ବୋଲି ଭାବିବେ । ଶନିଦେବଙ୍କୁ ପୂଜା କରି ତାଙ୍କ କୋପରୁ ରକ୍ଷା ପାଇବାକୁ ଚେଷ୍ଟା କରିପାରିବେ ବୋଲି ପଣ୍ଡିତମାନେ କହନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ