ଚପଳତାରେ ରୋଗ ଯନ୍ତ୍ରଣା; ୮ବର୍ଷ ହେବ ଅଜଣା ରୋଗରେ ପୀଡିତ ଜିତେନ୍ଦ୍ରଙ୍କ ପାଇଁ ସରକାରୀ ସହାୟତା ସାତ ସପନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଗବାନ କେଉଁ ଜନ୍ମର କର୍ମଫଳ ପାଇଁ କାହାକୁ ଯେ କେଉଁଭଳିି ଯନ୍ତ୍ରଣା ଦିଅନ୍ତି ତାହା ଅନୁମାନ କରିବା ମୁସ୍କିଲ । ଜୀବନ କଣ ଜାଣିବା ଆଗରୁ ଚଫଳ ବୟସରେ ମଧ୍ୟ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଜିତେନ୍ଦ୍ର । ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ ବୟାଁବନାପୁର ପଞ୍ଚାୟତ ଘନଶ୍ୟାମ ଜେନାଙ୍କର ଏକମାତ୍ର ପୁଅ ଆଜକୁ ୮ବର୍ଷ ହେବ ଅଜଣା ରୋଗରେ ପୀଡିତ ହୋଇ ଜୀବନ ଯନ୍ତ୍ରଣାରେ ଛଟପଟ ହେଉଛି । ଜିତେନ୍ଦ୍ର ୨୦୦୯ ମସିହାରେ ଜନ୍ମ ହୋଇଥିବାବେଳେ ତିନିବର୍ଷ ଯାଏଁ ହସିଖେଳି ଘର ଅଗଣା ଦୁଲୁକାଉଥିଲା । ହଠାତ ୨୦୧୨ ମସିହାରେ ଖେଳୁଖେଳୁ ସିଏ ପିଣ୍ଢାତଳକୁ ପଡିଯାଇଥିଲେ । ସେବେଠାରୁ ଜିତେନ୍ଦ୍ର ଶରୀରିକ ଭାବେ ଅକର୍ମଣ୍ୟ ହୋଇଯାଇଥିବାବେଳେ ଦିନକୁ ଦିନ ଶରୀର କ୍ଷୁର୍ଣ୍ଣ ହେବାକୁ ଲାଗିଲା । ଆର୍ଥିକ ଅଭାବ ଭିତରେ ଥାଇ ସୁଦ୍ଧା ଘନଶ୍ୟାମ ଏକମାତ୍ରର ଚିକିତ୍ସା ପାଇଁ ବାଲେଶ୍ୱର ଠାରୁ ଭଦ୍ରକ, ଯାଜପୁର ଓ କଟକ ନେଇଛନ୍ତି । ଡାକ୍ତର ମାନେ େଓøଷଧ ଦେଇ ପୁଅ ଭଲ ହୋଇଯିବ ବୋଲି ଆଶ୍ୱାସନା ଦେଇଥିଲେ ସୁଦ୍ଧା ସୁଦ୍ଧା ଏଯାଏଁ କୌଣସି ଫଳପ୍ରଦ ହୋଇପାରିନାହିଁ । କୁନିକୁନି ପାଦରେ ଘରବାରଣ୍ଡା ଧରି ଚାଲୁଥିବା ଛୋଟ ପୁଅଟି ଅକର୍ମଣ୍ୟ ହୋଇଯିବା ବାପ ମାଆଙ୍କ ପାଇଁ ଏକ ଦାରୁଣ ଦୁଃଖ ଅଟେ । ଅନେକ ଖର୍ଚ୍ଚାନ୍ତ ହୋଇସାରିବା ପରେ ଘନଶ୍ୟାମ ପୁଅ ପାଇଁ ଉପଯୁକ୍ତ ଚିକିତ୍ସା ସହ ଭିନ୍ନକ୍ଷମ ଭତ୍ତା ଖଣ୍ଡିଏ ପାଇଁ ବିଭିନ୍ନ ସମୟରେ ପ୍ରଶାସନକୁ ଜଣାଇ ଆସୁଥିଲେ ସୁଦ୍ଧା କେହି ଶୁଣୁନାହାଁନ୍ତି । ସତେଯେମିତି ସରକାରୀ ସହାୟତା ଜିତେନ୍ଦ୍ରଙ୍କ ପାଇଁ ସାତ ସପନ ପାଲଟିଛି । ଏସମ୍ପର୍କରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ଉମିଦ ପରିବାରର ସଦସ୍ୟ ମାନେ ଖବର ପାଇ ଜିତେନ୍ଦ୍ର ପାଖରେ ପହଞ୍ଚି ସମସ୍ତ ସ୍ଥିତି ଅନୁଧ୍ୟାନ କରି ପ୍ରଶାସନକୁ ଅବଗତ କରିଥିବା ଜଣାପଡିଛି । ସେ ଯାହାବି ହେଉ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଯୋଜନାରେ ଗରୀବଙ୍କୁ ଚିକିତ୍ସା ସହାୟତା ଯୋଗାଯାଉଛି । ଅନୁରୂପ ଭାବେ ଯଦି ଜିତେନ୍ଦ୍ରଙ୍କୁ ଉଚ୍ଚ ଚିକିତ୍ସା ମିଳିପାରନ୍ତା ତାହେଲେ ସେ ଅଜଣା ରୋଗରୁ ମୁକ୍ତି ପାଇପାରନ୍ତା ବୋଲି ବାପା ମାଆ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ