ଚମକିଲେ ଓଡିଆ ପୁଅ

ବ୍ରହ୍ମପୁର , (ଦିପ୍ତୀମୟୀ ବିଶ୍ୱରଞ୍ଜନ) : ବିଦେଶରେ ରେଶମ ସହର ବ୍ରହ୍ମପୁରର ଏକାଦଶ ଶ୍ରେଣୀର ଛାତ୍ର ପି. ବିଶ୍ୱନାଥଙ୍କ ଜ୍ଞାନ କୌଶଳକୁ ଶତ ଶତ ପ୍ରଶଂସା କରିଛନ୍ତି ଋଷର ରାଷ୍ଟ୍ରପତି ଭ୍ଲାଦିମର୍ ପୁଟିନ୍‌ । ଏହି ଓଡିଆ ଛାତ୍ରଙ୍କ ଜ୍ଞାନ କୌଶଳକୁ ଦେଖିବା ସହ ଏହି ପ୍ରୋଜେକ୍ଟ ବିଷୟରେ ଟିକ ନିଖ ପଚାରି ବୁଝିଥିଲେ ରଷ୍ଟ୍ରପତି । ନୂଆ କରି ଜଳ ବିଶୋଧକ ଉଦ୍ଭାବନ କରିଥିବା ଏହି ଛାତ୍ର ନିଜ ପ୍ରୋଜେକ୍ଟ ବିଷୟରେ ଅନେକ ତଥ୍ୟ ବଖାଣି ବସିଥିଲେ ରଷ୍ଟ୍ରପତିଙ୍କ ନିକଟରେ । ଦିନକୁ ଦିନ ବଢିଥିବା ଜଳ ପ୍ରଦୂଷଣକୁ କିପରି ରୋକାଯାଇପାରିବ ଏବଂ ଏହାର ସଠିକ ସୁବିନିଯୋଗ କିପରି ହୋଇପାରିବ ଏବଂ ଦିନକୁ ଦିନ ଜଳ ସଙ୍କଟ ବଢି ଚାଲିଥିବାବେଳେ କମ ଜଳ ବ୍ୟବହାର କରି କିଭଳି ଚାଷୀମାନେ ଅଧିକ ଅମଳ କରିପାରିବେ ସେ ବିଷୟରେ ନିଜର ମତ ପୋଷଣ କରିଥିଲେ । ଏହା ଶୁଣିବା ପରେ ପୁଟିଲ କହିଲେ , ଭବିଷ୍ୟତରେ ତୁମେ ଜଣେ ସୁପ୍ରସିଦ୍ଧ ବୈଜ୍ଞାନିକ ହେବ ବୋଲି ମୁଁ ଆଶା ରଖୁଛି । ସୁଚନାଥାଉକି ଋଷର ସୋଚି ଠାରେ ଆୟୋଜିତ ଡିପ ଟେକ୍ନୋଲୋଜି ପ୍ରୋଗ୍ରାମରେ ଓଡିଆ ପୁଅ ପି. ବିଶ୍ୱନାଥ ଅଂଶଗ୍ରହଣ କରି ଦେଶ ପାଇଁ ଗୌରବ ଆଣିଛନ୍ତି । ନଭେମ୍ବର ୨୮ରୁ ଡିସେମ୍ବର ୮ତାରିଖ ଚାଲିଥିବା ଏହି କ।ର୍ଯ୍ୟକ୍ରମରେ ୨୫ ଜଣ ଭାରତୀୟ କୁନି ବୈଜ୍ଞାନିକ ଅଂଶଗ୍ରହଣ କରିଥିଲେ । ଆଉ ସେମାନଙ୍କ ମଧ୍ୟରେ ଥିଲେ ବ୍ରହ୍ମପୁର କେନ୍ଦ୍ରିୟ ବିଦ୍ୟାଳୟର ଛାତ୍ର ପି. ବିଶ୍ୱନାଥ ପାତ୍ର । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ବିଶ୍ୱନାଥଙ୍କୁ ସ୍ୱାଗତ କରିବା ସହ ଅନେକ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ