ଚମକୁଛନ୍ତି ଭିକ୍କି

ଆଜି ଭିକ୍କି କୌଶଲ ବଲିଉଡର ଜଣେ ଚମକୁଥିବା କଳାକାର। ଲକ୍ଷ ଲକ୍ଷ ଯୁବତୀ ଭିକ୍କିଙ୍କ ଲୁକସର ଦିୱାନୀ। ଭିକ୍କିଙ୍କ ଫିଲ୍ମ ଯାତ୍ରା ସମ୍ପର୍କରେ ଜଣାଯାଏ ଯେ ହିନ୍ଦୀ ସିନେମାରେ ଲୋକପ୍ରିୟ ହେବା ତାଙ୍କ ପାଇଁ ସହଜ ନ ଥିଲା। ବରଂ ବହୁତ ମୁସ୍କିଲ ଥିଲା ତାଙ୍କର ଏହି ଯାତ୍ରା।
୮ ବର୍ଷ ପୂର୍ବେ ସହକାରୀ ନିର୍ଦ୍ଦେଶକ ଭାବେ କ୍ୟାରିଅର ଆରମ୍ଭ କରିଥିବା ଭିକ୍କିଙ୍କୁ ଦେଖି କେହି ଅନ୍ଦାଜ ଲଗାଇ ପାରି ନ ଥିଲେ ଯେ ଏହି ଯୁବକ ଜଣକ ସ୍ବଳ୍ପ ସମୟରେ ଲକ୍ଷ ଲକ୍ଷ ଦର୍ଶକଙ୍କୁ ନିଜ ଦିୱାନା କରିଦେବେ ବୋଲି। ତାଙ୍କ ପିତା ଶ୍ୟାମ କୌଶଲ ବଲିଉଡର ଜଣେ ଲୋକପ୍ରିୟ ଷ୍ଟଣ୍ଟମ୍ୟାନ। ଏମିତି ଦେଖିବାକୁ ଗଲେ ଭିକ୍କିଙ୍କ ଘରେ ସିନେମା ଜଗତର ବାତାବରଣ ପିଲାଦିନରୁ ଥିଲା। ଭିକ୍କି ବଡ଼ ହୋଇ ଟେଲିକମ୍ୟୁନିକେସନ ଇଞ୍ଜିନିୟରିଂ କରିଥିଲେ। ପରେ ଚାକିରି ମଧ୍ୟ କରିଥିଲେ। କିନ୍ତୁ ଚାକିରି ଭଲ ନ ଲାଗିବାରୁ ଛାଡ଼ିଦେଇଥିଲେ। ଏହାପରେ ସେ କିଶୋର ନମିତ କପୁରଙ୍କ ଆକ୍ଟିଂ ସ୍କୁଲରେ ନାମ ଲେଖାଇ ଥିଲେ। ସୂଚନାଯୋଗ୍ୟ, ସିନେମା ଜଗତରେ ସହକାରୀ ନିର୍ଦ୍ଦେଶକ ଭାବେ ଅନୁରାଗ କଶ୍ୟପଙ୍କ ଫିଲ୍ମ ‘ଗ୍ୟାଙ୍ଗସ ଅଫ ୱେସେପୁର’ ମାଧ୍ୟମରେ ଭିକ୍କି ପାଦ ଥାପିଥିଲେ। ଏହି ଫିଲ୍ମ ପରେ ତାଙ୍କ ଭାଗ୍ୟ ଖୋଲିଗଲା। ଭିକ୍କି କହିଛନ୍ତି ଯେ ଦିନେ ସେ ମଧ୍ୟାହ୍ନଭୋଜନ କରିବା ବେଳେ ପାଖରେ ତାଙ୍କ ମା’ ବସିଥିଲେ। ସେ ମା’ଙ୍କୁ ଦୁଃଖରେ କହିଲେ ଯେ ସେ ଜାଣିପାରୁ ନାହାନ୍ତି ସବୁକିଛି କିପରି ହେବ। ମା’ ଏହାର ଉତ୍ତରରେ କହିଥିଲେ ଯେ ହେବ କି ନ ହେବ, ଏହା ତୁମର ହିଁ ଦାୟିତ୍ବ। ମା’ ଦେଇଥିବା ଏହି ଶିକ୍ଷା ଭିକ୍କିଙ୍କ ଜୀବନକୁ ବଦଳାଇ ଦେଇଥିଲା। ତାଙ୍କର ଯାତ୍ରାକାଳରେ ପ୍ରତ୍ୟେକ ଦିନ କିଛି ନା କିଛି ନାମ କମାଇଥିବା ଲୋକଙ୍କ ସହ ସାକ୍ଷାତ କରୁଥିଲେ। ଧୀରେ ଧୀରେ ଏହି ଯାତ୍ରା ତାଙ୍କ ପାଇଁ ସୁଗମ ହେବାରେ ଲାଗିଲା। ଈଶ୍ବର ତାଙ୍କ ଉପରେ କୃପା କଲେ। ସୂଚନାଯୋଗ୍ୟ, ଭିକ୍କି ସିନେ ଜଗତରେ ମସାନ, ରମନ ରାଘବ ୨.୦, ରାଜୀ, ସଞ୍ଜୁ, ମନମର୍ଜିଆ, ଉରି: ଦ ସର୍ଜିକାଲ ଷ୍ଟ୍ରାଇକ ଭଳି ଅନେକ ବଢ଼ିଆ ସିନେମାରେ କାମ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ