ଚମଗୁଣ୍ଡି ବସନ୍ତ ରୋଗରେ ଶତାଧିକ ଗାଇ ଆକ୍ରାନ୍ତ

ହିଞ୍ଜିଳିକାଟୁ,(ଯୁଗାବ୍ଦ ନ୍ୟୁଜ୍) : ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଶତାଧିକ ଗାଇ ,ଗୋରୁ ସଂକ୍ରମଣ ଚମ ଗୁଣ୍ଡି ବସନ୍ତ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସଂକ୍ରମଣ ରୋଗ ହୋଇଥିବାରୁ ଏହା ଧିରେ ଧିରେ ବ୍ୟାପି ୧୦୦ ରୁ ଅଧିକ ଗାଇ ଗୋରୁ ରୋଗରେ ଆକ୍ରାନ୍ତ ହେଲେଣି । ଦିନକୁ ଦିନ ଦ୍ରୁତ ଗତିରେ ଏହି ରୋଗ ବ୍ୟାପିଥିବାରୁ ତୁରନ୍ତ ଏହି ରୋଗର ନିରାକରଣ ଉପରେ ଧ୍ୟାନ ଦେବାକୁ ଦାବି ହୋଇଛି । ନଚେତ ଏହି ରୋଗର ବୃଦ୍ଧି ପାଇବାର ଆଶଙ୍କା ରହିଛି । ଗତକାଲି ପୁଣୀ ହିଞ୍ଜିଳି ପୈାରାଞ୍ଚଳ ନୂଆଗଡ ଗ୍ରାମରେ ଏକ ଗାଇକୁ ଚମ ଗୁଣ୍ଡି ବସନ୍ତ ହୋଇଥିବା ଚିହ୍ନଟ ହୋଇଛି । ତୁରନ୍ତ ଏଥି ପ୍ରତି ଲୋକମାନେ ଜାଗ୍ରତ ହେବା ସହ ଆକ୍ରାନ୍ତ ହୋଇଥିବା ଗାଇ ଗୋରୁଙ୍କୁ ପଶୁ ଡାକ୍ତରଙ୍କୁ ଦେଖାଇବା ସହ ଗାଇ ଗୋରୁଙ୍କ ସ୍ୱାସ୍ଥ ବିଭାଗ ଏଥିପ୍ରତି ସାବଧାନ ହେବା ଦରକାର ନଚେତ ଆଗାମୀ ଦିନରେ ଏହି ରୋଗ ବ୍ୟାପକ ହୋଇ ବହୁ ଗାଇ ଗୋରୁଙ୍କ ଜୀବନ ହାନି ହେବାର ଆଶଙ୍କା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ