ଚମାଖଣ୍ଡି ଥାନା ହାଜତରେ ଯୁବକଙ୍କ ମୃତ୍ୟୁ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ହାଜତ ଭିତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ଚମାଖଣ୍ଡି ଗ୍ରାମର ସି. ଏଚ୍‌. ତ୍ରିଲୋଚନ ରେଡ୍ଡୀ । ପୋଲିସ୍ ଉକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ଏକ ଘରୋଇ କଳହ ମାମଲାରେ ପଚରାଉଚୁରା କରୁଥିବା ବେଳେ ଶନିବାର ସକାଳୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ମେଡିକାଲକୁ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଯୁବକ ଜଣକ ଆତ୍ମହତ୍ୟା କରିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ପୋଲିସ୍ କହିବା ଅନୁସାରେ ତ୍ରିଲୋଚନ ତାଙ୍କ ବାପା ସି. ଏଚ୍‌. ରାଜା ରାଓ ରେଡ୍ଡୀଙ୍କୁ ମଦ୍ୟପାନ କରି ମାଡ ମାରୁଥିବା ନେଇ ଗତ ୧୫ ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ୍ 166/22 ରେ ଏକ ମାମଲା ରୁଜୁ କରି ୪୧ ରେ ଯୋଗେ ତ୍ରିଲୋଚନଙ୍କୁ ଛାଡିଥିଲା । ପୁଣି ତ୍ରିଲୋଚନ ଗତ ଦୁଇ ଦିନ ତଳେ ମଦ୍ୟପାନ କରି ତାଙ୍କ ବାପାକୁ ଆକ୍ରମଣ କରିଥିବାରୁ ଚମାଖଣ୍ଡି ଥାନା ପୋଲିସ୍ ତାଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ଆଜି ସେ ହାଜତ ଭିତରେ ଶୌଚ କରିବାକୁ ଯାଇ ଏକ ଝରକାରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ଝୁଲନ୍ତା ଅବସ୍ଥାରେ ତାଙ୍କୁ ଦେଖୀ ପୋଲିସ୍ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ଅନ୍ୟ ପକ୍ଷରେ ଗତକାଲି ରାଜା ରାଓ ନିଜ ପୁଅ ତ୍ରିଲୋଚନଙ୍କ ନାମରେ ଅଭିଯୋଗ ଦେଇଥିଲେ । ପରେ ଚମାଖଣ୍ଡି ଥାନାକୁ ଅଣାଯାଇଥିଲା । ଆଜି ସକାଳେ ସେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ତାଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ଙ୍କ ରିପୋର୍ଟ ଅନୁସାରେ ତାଙ୍କ ମୃତ୍ୟୁ ଘଟିଥିଲା । ସେ ଅନୁଯାୟୀ ଆମେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିସାରିଛୁ । ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି । ଏନେଇ ହେଡ କ୍ୱାର୍ଟର ଅଫିସର ଏହାର ତଦନ୍ତ କରିବେ ଓ ଅତିରିକ୍ତ ଏସପି ତାହାର ତଦାରଖ କରିବେ ବୋଲି ଗଞ୍ଜାମ ଏସପି ବ୍ରିଜେସ୍ କୁମାର ରାୟ ସୂଚନା ଦେଇଛନ୍ତି । ସୁରକ୍ଷା କୁ ଦୃଷ୍ଟି ରେ ରଖି ଚମାଖଣ୍ଡି ଥାନାରେ ଅତିରିକ୍ତ ଏସପି ପି. କେ. ଦଳାଇ ଓ ବିଜୟ କୁମାର ମଲ୍ଲିକ, ଛତ୍ରପୁର ଏସଡିପିଓ ଗୌତମ କିସାନ, ଚମାଖଣ୍ଡି ଥାନା ଅଧିକାରୀ ସିତାଂଶୁ ଶେଖର ମାନ୍ଧାତା, ଗଞ୍ଜାମ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ରମ୍ଭା ଥାନା ଅଧିକାରୀ ପି. ସ୍ୱରୁପ , ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ପୁରୁଷୋତ୍ତମପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟଙ୍କ ସମେତ ବହୁ ପୋଲିସ୍ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ