ଚମାଖଣ୍ଡି ପୋଲିସ୍ ପକ୍ଷରୁ ହେଲମେଟ ଯାଂଚ କଡାକଡି ଜରିମାନା ଆଦାୟ

ଛତ୍ରପୁର (ଦେବଦତ୍ତ ମହାରଣା) : ଚମାଖଣ୍ଡି ଥାନା ପୋଲିସ୍ ପକ୍ଷରୁ ଚମାଖଣ୍ଡି, ଜଗନ୍ନାଥପୁର, କାଳିଆବାଲି, ଅନନ୍ତପୁର ଭଳି ବିଭିନ୍ନ ସ୍ଥାନରେ ହେଲମେଟ ଯାଂଚ କୁ କଡାକଡି କରାଯାଇଛି । ଚମାଖଣ୍ଡି ଥାନା ଅଧିକାରୀ ସିତାଂଶୁ ଶେଖର ମାନ୍ଧାତାଙ୍କ ନିର୍ଦ୍ଦେଶ କ୍ରମେ ମୋଟର ସାଇକେଲ ଆରୋହୀ ମାନଙ୍କୁ ଯାଂଚ କରି ସେମାନଙ୍କ ଠାରୁ ୫ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି । ଯାଂଚ ସମୟରେ ସବଇନ୍ସେପେକ୍ଟର ବିକାଶ କୁମାର ସାମଲ, ଏ ଏସ ଆଇ ବୁଲୁ ବେହେରା, ଡି. ଭେଙ୍କେଟ ରାଓ ଦୋରା ଓ ନବୀନ ଚନ୍ଦ୍ର ଚୌଧୁରୀଙ୍କ ସମେତ ଅନ୍ୟ ଥାନାର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ