ଚମାଖଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ପ୍ରଦର୍ଶନୀ ମେଳା
ଛତ୍ରପୁର : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଆଜି କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମକୁ ଚମାଖଣ୍ଡି ସରପଂଚ ସୁସ୍ମିତା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ସହ ମେଳା ବୁଲି ଦେଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଏବିିଇଓ ସୀତାରାମ ପାତ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲଡ଼ୁକିଶୋର ମିଶ୍ର, ଏସ.ଏମ.ସି ସଭାପତି ସିଏଚ.ସତ୍ୟନାରାୟଣ ରେଡ୍ଡୀ, ଆଇଆରଇ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅଶୋକ କୁମାର ଦାସ, ଏସଏମସି ସଭ୍ୟ ସୀମାଂଚଳ ପ୍ରଧାନଙ୍କ ସମେତ ସମସ୍ତ ସଦସ୍ୟ/ସଦସ୍ୟା ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ରହି ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଗୁଡ଼ିକ ପରିଦର୍ଶନ କରିବା ସହ ଉପଯୋଗିତା ଉପରେ ପଚାରି ବୁଝିଥିଲେ ।


