ଚମାଖଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ପୋଷାକ ବଂଟନ
ଛତ୍ରପୁର ( ଯୁଗାବ୍ଦ ନ୍ୟୁଜ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପୋଷାକ ବଣ୍ଟନ ଉତ୍ସବ ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥୀ ଭାବେ ଏବିଇଓ ସୀତାରାମ ପାତ୍ର , ସମ୍ମାନୀୟ ଅତିଥୀ ଭାବେ ସିଏଚ୍ .ସତ୍ୟନାରାୟଣ ରେଡ୍ଡୀ, ସିମାଂଚଳ ପ୍ରଧାନ, କୈାଳାସ ଚନ୍ଦ୍ର ସାହୁ, ସିଆରସିସି ଗୈାରୀ ଶଙ୍କର ଶତପଥୀ ଯୋଗଦେଇ ୧୩୦ଜଣ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ଲେଖାଏଁ ୟୁନିଫମ ଓ ଜୋତା , ମୋଜା ବଣ୍ଟନ କରିଥିଲେ । ପରିଶେଷରେ କ୍ରୀଡା ରମଣି ରଂଜନ ପଣ୍ଡା ଦନ୍ୟବାଦ ଅର୍ପଣ କରିଥିଲେ ।