ଚମାଖଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଦିବସୀୟ ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ
ଛତ୍ରପୁର, (ଦେବଦତ୍ତ ମହାରଣା) : ମହାମାରୀ କରୋନା ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ଥ କରିଦେଇଥିବା ବେଳେ “ମୋ ସ୍କୁଲ” ତଥା ଭାରତୀୟ ଜ୍ଞାନ ବିଜ୍ଞାନ ସମିତିର ମିଳିତ ଆନୁକୁଲ୍ୟରେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଅଭିନବ ପ୍ରୟାସ “ପ୍ରାରମ୍ଭ” ହାତକୁ ନିଆଯାଇଛି । ପ୍ରାଥମିକ ସ୍ତରରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ । ଏହି ଯୋଜନା ମାଧ୍ୟମରେ ଗ୍ରାମର ସ୍ୱେଚ୍ଛାସେବୀ ମାନେ ପିଲାଙ୍କୁ ଉନ୍ନତ ମାନର ଶିକ୍ଷଣ ସାମଗ୍ରୀ ମାଧ୍ୟମରେ ପିଲାଙ୍କ ଶିକ୍ଷଣ ସ୍ତରକୁ ଭିତ୍ତି କରି ଶିକ୍ଷା ଦେବାର ବ୍ୟବସ୍ଥା ରହିଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକର ସ୍ୱେଚ୍ଛାସେବୀ ପ୍ରଶିକ୍ଷଣ ଚମାଖଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଏକ ଦିବସୀୟ ପ୍ରାରମ୍ଭ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଚମାଖଣ୍ଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଛତ୍ରପୁର ବିଇଓ ଅବିନାଶ ଶତପଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସଫଳତା ସଂପର୍କରେ ବୁଝାଇଥିଲେ । ଛତ୍ରପୁର ବ୍ଲକର ସମ୍ବଳ ଶିକ୍ଷକ କୃଷ୍ଣଚନ୍ଦ୍ର ଦାଶ ଓ ହୁମା ସାଧନ କେନ୍ଦ୍ର ର ସଂଯୋଜକ ଦାମୋଦର ପଣ୍ଡା ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ “ପ୍ରାରମ୍ଭ”ର ଜିଲ୍ଲା ସଂଯୋଜକ ଅନିଲ କୁମାର ବେହେରା ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଚମାଖଣ୍ଡି ସାଧନ କେନ୍ଦ୍ର ର ସଂଯୋଜକ ଗୌରୀ ଶଙ୍କର ଶତପଥି ପରିଚାଳନା କରିଥିଲେ ।