ଚମାଖଣ୍ଡି ସ୍ଥିତ ଓଡିଶା ଆଦର୍ଶବିଦ୍ୟାଳୟରେ ଟପରହେଲେ ଅବିନାଶ ଚୌଧୁରୀ

ଛତ୍ରପୁର, (ଦେବଦତ୍ତ ମହାରଣା):କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଓ ଦ୍ଵାଦଶ ଶ୍ରେଣୀର ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ତନ୍ମଧ୍ୟରୁ ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ଚମାଖଣ୍ଡି ଠାରେ ଅବସ୍ଥାପିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର (ସିବିଏସଇ ପେର୍ଟେନ) ତରଫରୁ ଦଶମଶ୍ରେଣୀର ପରୀକ୍ଷା ଫଳାଫଳ ଘୋଷିତ ହୋଇଛି । ଏହି ଶିକ୍ଷାନୁଷ୍ଠାନରେ ପାଖାପାଖି ୯୪ପ୍ରତିଶତ ମାର୍କ ରଖି ଛତ୍ରପୁରବ୍ଲକ ଅଧୀନ ଚମାଖଣ୍ଡି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ଅବିନାଶ ଚୌଧୁରୀ ସର୍ବାଧିକ ନମ୍ବର ରଖି ଟପର ହୋଇଛନ୍ତି । ଟପର ହୋଇଥିବା ମେଧାବୀ ଛାତ୍ର ଜଣକ ହେଲେ ଛତ୍ରପୁର ସହର ବାସିନ୍ଦା ବିଶିଷ୍ଟ ଖବରକାଗଜ ବିକ୍ରେତା ଅମୀୟ କୁମାର ଚୌଧୁରୀ ଓ ବିପୁଳିଙ୍ଗି ଉଚ୍ଚପ୍ରାଥମିକ ସରକାରୀ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସୁଚିତ୍ରା କୁମାରୀ ପଣ୍ଡାଙ୍କ ପୁତ୍ର ଅଟନ୍ତି । ତାଙ୍କର ଏହି କୃତୀତ୍ତ୍ୱ ପାଇଁ ଛାତ୍ରଙ୍କ ଅଭିଭାବକ ଗଣ ସ୍କୁଲର ପ୍ରିନ୍ସିପାଲ ଏବଂ ତାଙ୍କର ଟିଉସନ ଗୁରୁଜୀଙ୍କୁ ସାଧୁବାଦର ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । ଅବିନାଶଙ୍କ ଏହି କୃତୀତ୍ତ୍ୱ ପାଇଁ ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ