ଚର୍ଚ୍ଚାରେ ଗୋବିନ୍ଦାଙ୍କ ଝିଅ

ବଲିଉଡରେ ପ୍ରାୟ ସମୟରେ ଷ୍ଟାର କିଡ୍କୁ ନେଇ ଚର୍ଚ୍ଚା ହୋଇଥାଏ । ଅନେକଙ୍କର ପ୍ରଥମ ଫିଲ୍ମ ଆସିସାରିଲାଣି ତ ଆଉ କାହାର ବଲିଉଡରେ ହେବାକୁ ଯାଉଛି । ଏମିତିରେ ବର୍ଷିୟାନ ଅଭିନେତା ଗୋବିନ୍ଦାଙ୍କର ଝିଅ ଟିନା ଆହୁଜା ମଧ୍ୟ ଜବରଦସ୍ତ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ସେ ଏକ ମ୍ୟୁଜିକ ଭିଡିଓରେ ଡେବ୍ୟୁ କରିଛନ୍ତି । ଏହି ଗୀତରେ ସେ ସିଙ୍ଗର ଗଜେନ୍ଦ୍ର ବର୍ମା ସହିତ କରିଛନ୍ତି । ସେହିଭଳି ଗଜେନ୍ଦ୍ର ବର୍ମା ନିଜର ଗୀତ “ତେରା ଘାଟା ‘ରେ ଜବରଦସ୍ତ ସଫଳତାରେ ସମସ୍ତଙ୍କୁ ଚମକାଇ ଦେଇଥିଲେ । ସେହିପରି ଟିନାଙ୍କୁ ଦେଖିବା ପରେ ଲୋକମାନେ ତାଙ୍କର ଫ୍ୟାନ ହୋଇଯାଇଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ବହୁତ ପ୍ରଶଂସା ମିଳୁଛି । ଟିନା ଗଜେନ୍ଦ୍ରଙ୍କ ସହିତ “ମିଲା ନା ତୁମ’ ଗୀତରେ ଡେବ୍ୟୁ କରିଛନ୍ତି । ଏହି ଗୀତ ୧୯୭୦ରେ ଆସିଥିବା ଫିଲ୍ମ “ହୀର ରାଞ୍ଝା ‘ର ଗୀତ “ମିଲା ନା ତୁମ ତା ଦିଲ ଘବରାଏ ‘ର ରିମେକ ଭର୍ସନ । ଏହି ଗୀତରେ ଟିନା ବହୁତ ସୁନ୍ଦର ଦେଖାଯାଉଛନ୍ତି । ଟିନାଙ୍କୁ ଦେଖିବା ପରେ ଲୋକମାନେ ତାଙ୍କର ଦିୱାନା ହୋଇଗଲେଣି । ଏହି ମ୍ୟୁଜିକ ଭିଡିଓକୁ ୟୁଟ୍ୟୁବରେ ଏବେ ପର୍ଯ୍ୟନ୍ତ ଲକ୍ଷେ ଭ୍ୟୁଜ୍ ମିଳିସାରିଲାଣି । ସେହିଭଳି କମେଣ୍ଟସରେ ଟିନାଙ୍କୁ ଫ୍ୟାନ୍ସ ପ୍ରଶଂସା କରିବାକୁ ପଛ ଘୁଞ୍ଚା ଦେଉନାହାନ୍ତି । ଟିନା ଆହୁଜା ଏକ ସାକ୍ଷାତକାରରେ ମନୋରଞ୍ଜନ ଇଣ୍ଡଷ୍ଟ୍ରୀରେ ନିଜର କ୍ୟାରିୟରକୁ ନେଇ ଖୋଲିକି କହିଛନ୍ତି । ସେ କହିଛନ୍ତି, “ମୁଁ ଫିଲ୍ମରେ କାମ କରିବାକୁ ଚାହୁଁଛି । କିନ୍ତୁ ମୋର ପ୍ରଥମ ସର୍ତ୍ତ ଏହା ଯେ ସ୍କ୍ରିପ୍ଟ ଭଲ ହେବା ଦରକାର । ମୁଁ ବଡ ଷ୍ଟାରଙ୍କ ସହିତ କାମ କରିବାର ଇଚ୍ଛା ରଖିନାହିଁ । ମୁଁ ଏବେ ପର୍ଯ୍ୟନ୍ତ କୌଣସି ଫିଲ୍ମରେ ଏଥିପାଇଁ କାମ କରିନାହିଁ । କାରଣ ମୋତେ କୌଣସି ଭଲ ସ୍କ୍ରିପ୍ଟ ମିଳିନାହିଁ । ‘ ସେହିପରି ଟିନାଙ୍କ ଫ୍ୟାନ ଚାହୁଁଛନ୍ତି ସେ ଶୀଘ୍ର ବଲିଉଡରେ ଜଣେ ଷ୍ଟାର ଭାବରେ ନିଜକୁ ସ୍ଥାପିତ କରିନିଅନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ