ଚର୍ଚ୍ଚାରେ ଟାଇଗରଙ୍କ ସେଲ୍ଫି
ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ ଶାସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି । ସବୁ ସମୟରେ କିଛି ନା କିଛି ଫଟୋ ଶେୟାର କରିଥାନ୍ତି । ଏମିତିରେ ଏବେ ତାଙ୍କର ଏକ ଫଟୋ ଭାଇରାଲ ହେବା ସହ ତାକୁ ଚର୍ଚ୍ଚା ହେଉଛି । ଏହି ଫଟାରେ ଟାଇଗର୍ ବିନା ସାର୍ଟରେ ଥିବାବେଳେ ତାଙ୍କ ବଡ଼ି ଦେଖିବାକୁ ମିଳୁଛି । ହେଲେ ତାଙ୍କ ମୁହଁରେ ଏକ ଇମାଜି ରହିଛି । ବୋଧହୁଏ ଟାଇଗର ଆଗାମୀ ସିନେମା ପାଇଁ ତାଙ୍କର ଏହି ନୂଆ ଲୁକ୍ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଏହି ସେଲ୍ଫି ଫଟୋଟିକୁ ଶେୟାର କରିବା ସହ “ବାଗୀ-୩ର ଦ୍ୱିତୀୟ ଦିନ’ ବୋଲି ଟାଇଗର ଲେଖିଥିବା ଦେଖିବାକୁ ମିଳୁଛି ।


