ଚର୍ଚ୍ଚାରେ ଟାଟା ପାୱାର, ଉପଭୋକ୍ତାଙ୍କୁ ଲାଞ୍ଚ ମାଗି ହଟହଟା ହେଲେ ୫ କର୍ମଚାରୀ
ନିମାପଡା, (ସନ୍ତୋଷ ଦାଶ) : ଦୀର୍ଘ ଦିନର ବ୍ୟବଧାନ ପରେ ଟାଟା ପାୱାର କମ୍ପାନୀ ଅସ୍ତରଙ୍ଗ ଅଞ୍ଚଳରେ ପୁଣି ଉପଭୋକ୍ତାଙ୍କୁ ନାଲି ଆଖି ଦେଖାଇବାକୁ ନେଇ ଉତ୍ତେଜନା ଦେଖାଦେଇଛି । ଶୁକ୍ରବାର ଦିନ ପୁରୀ ଏନ୍ଫୋରସମେଣ୍ଟ ଟିମ ମୁଖ୍ୟ ଜୟଶ୍ରୀ ଜଗଦେଵଙ୍କ ନେତୃତ୍ୱରେ ଏକ ଟିମ ଅସ୍ତରଙ୍ଗ ବ୍ଲକର ନଗର ଗ୍ରାମକୁ ଯାଇ ଉପଭୋକ୍ତା ମାନଙ୍କ ଘରେ ଜୋର ଜବରଦସ୍ତ ପଶି ବାଇପାସ, ହିଟର, ମିଟର ଟ୍ୟାମ୍ପରିଙ୍ଗି ଦେଖିବାକୁ ନେଇ ଉକ୍ତ ଗ୍ରାମରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଟିମ ମୁଖ୍ୟ ଜୟଶ୍ରୀ ଜଗଦ୍ଦେବ ଲୋକମାନଙ୍କୁ ନାଲି ଆଖି ଦେଖାଇବା ସହିତ ବିଭିନ୍ନ ପ୍ରକାର ଅଯୁକ୍ତି ଓ ଅରୁଚିକର ମନ୍ତବ୍ୟକୁ ନେଇ ଗ୍ରାମବାସୀ ମାନେ ଟିମ ମୁଖ୍ୟଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଘେରିବା ସହିତ ତାଙ୍କ ଗାଡିକୁ ଅଟକ ରଖିଥିଲେ ।ଏ ହି ଘଟଣା ଗ୍ରାମରେ ପ୍ରଚାରିତ ହେବା ପରେ ବହୁ ମହିଳା ପୁରୁଷ ଏକାଠି ହୋଇ ଟିମ ମୁଖ୍ୟଙ୍କୁ ବିଦ୍ୟୁତ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିବା ସହିତ କଣ ପାଇଁ ପୂର୍ବ ଦେୟ ଠାରୁ ଏବେ ଅଧିକ ଦେୟ ବିଲରେ ଆସୁଛି, ବିଦ୍ୟୁତ ବ୍ୟବହାର ଠାରୁ ଅଧିକ ରିଡିଙ୍ଗ କଣ ପାଇଁ ଆସୁଛି, ନୂତନ ମିଟର ଲାଗିବାରେ ଲାବ୍ରୋଟାରୀ ଟେଷ୍ଟିଂ ରିପୋର୍ଟ କଣ ପାଇଁ ଦିଆଯାଉ ନାହିଁ, ଏହି ସବୁ ସମସ୍ୟା ଜନିତ ତ୍ରୁଟିର କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନ ଦେଇ ପାରିବାରୁ ପରିସ୍ଥିତି ଅଧିକ ଜଟିଳ ହୋଇପଡିଥିଲା । ଉପଭୋକ୍ତାଙ୍କ ସମ୍ମୁଖରେ ଟିମ ମୁଖ୍ୟ ଅସହାୟ ହୋଇ ପଡ଼ିଥିଲେ । ଟାଟା ପାୱାର କର୍ମଚାରୀଙ୍କ ଲାଞ୍ଚ ମଗା ଘଟଣା ପରିସ୍ଥିତିକୁ ଅଧିକ ଜଟିଳ କରିଦେଇ ଥିଲା । ଆଶ୍ଚର୍ଯ୍ୟର କଥା କଣ ପାଇଁ ଟାଟା ପାୱାର କର୍ମଚାରୀ ମାନେ ବାରମ୍ବାର ଅସ୍ତରଙ୍ଗ ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ସୃଷ୍ଟି କରୁଛନ୍ତି ତାହା କଣ ଟାଟା ପାୱାର କମ୍ପାନୀର ସିଇଓ ଏନ ସେନ ବାଗମ ଜାଣି ପାରୁ ନାହାଁନ୍ତି ନା ଜାଣି ଚୁପ ରହୁଛନ୍ତି ? ଏହି ପରି ଭାବେ ଯଦି ଆଗକୁ ସମସ୍ୟା ସମ୍ପର୍କରେ ଦୃଷ୍ଟି ଦିଆନଯିବ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଯଥେଷ୍ଟ ସମ୍ଭାବନା ରହିଛି । ପୂର୍ବରୁ ଏମିତି ଭୁବନେଶ୍ୱର ଟିମ ମୁଖ୍ୟ ଅସ୍ତରଙ୍ଗ ଆସି ଏଭଳି ପରିସ୍ଥିତି ସୃଷ୍ଟି କଲେ ଯାହା ଫଳରେ ଘଟଣା ଉଗ୍ର ରୂପ ଧାରଣ କରିଥିଲା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଥାନାରେ ଟାଟା ପାୱାର କର୍ମଚାରୀଙ୍କ ନାମରେ ମାମଲା ରୁଜ୍ଜୁ କରାଯାଇଥିଲା । ଟାଟା ପାୱାର ପକ୍ଷରୁ କଣ ପାଇଁ ଦେଖା ଦେଇଥିବା ଅଭିଯୋଗ ଓ ସମସ୍ୟା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅସ୍ତରଙ୍ଗ ବ୍ଲକରେ କରୁ ନାହାନ୍ତି କି ସାମ୍ବାଦିକ ସମ୍ମିଳନୀରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁ ନାହାନ୍ତି ଉପଭୋକ୍ତା ମାନେ ଗୁରୁତ୍ୱର ଅଭିଯୋଗ କରିଛନ୍ତି । ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଏହାକୁ ଦୃଢନିନ୍ଦା କରାଯିବା ସହିତ ଆଗକୁ ରାଜ ରାସ୍ତାକୁ ଓଲ୍ଲାହିବେ ବୋଲି ଚେତାବନୀ ଦେଇଛନ୍ତି।