ଚର୍ଚ୍ଚାରେ ନିକ୍ ବଟର୍‌, ଦୌଡ଼ିଲେଣି ୧୯୬ ଦେଶରେ

ପ୍ରତ୍ୟେକ ମଣିଷର କିଛି ନା କିଛି ସ୍ୱପ୍ନ ଥାଏ । ଦୃଢ଼ ସଙ୍କଳ୍ପ ସାଙ୍ଗକୁ କଠିନ ପରିଶ୍ରମ ବଳରେ ମଣିଷ ଅସମ୍ଭବ କାର୍ଯ୍ୟକୁ ସମ୍ଭ କରିପାରିଥାଏ । ଇଂଲଣ୍ଡର ନିକ୍ ବଟର ଏଭଳି କିଛି ଅସମ୍ଭବକୁ ସମ୍ଭବ କରିବା ସହ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ମାତ୍ର ୯୬ ସପ୍ତାହରେ ୧୯୬ ଦେଶରେ ମାରାଥନ୍ ଦୌଡ଼ି ବିଶ୍ୱ ରେକର୍ଡ କରିଛନ୍ତି ନିକ୍ । ଭାରତ ସମେତ ୧୯୬ ଦେଶରେ ମାରାଥନ୍ ଦୌଡ଼ି ଯୋଗାଡ଼ କରିଥିବା ୨କୋଟି ୩୦ ଲକ୍ଷ ଟଙ୍କା କ୍ୟାନ୍ସର ପୀଡ଼ିତଙ୍କୁ ଦାନ କରିବେ ବୋଲି ନିକ୍ କହିଛନ୍ତି । ସେ ୨୦୧୬ରେ କ୍ୟାନ୍ସର ରୋଗୀଙ୍କ ପାଇଁ ଫଣ୍ଡ ଯୋଗାଡ଼ କରୁଥିବାବେଳେ କ୍ୟାନ୍ସର ପୀଡ଼ିତ କେବିନ୍ ୱେବରଙ୍କ ସହ ତାଙ୍କ ଦେଖା ହୋଇଥିଲା । ସେତେବେଳେ କେବିନ୍ ଲାଷ୍ଟ ଷ୍ଟେଜ୍ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିଲେ । କେବିନ୍ ଓ ତାଙ୍କ ଭଳି ଅନେକଙ୍କୁ ସାହାଯ୍ୟ କରିବାକୁ ସ୍ଥିର କରି ନିକ୍ ବ୍ୟାଙ୍କ ଚାକିରି ଛାଡ଼ିଥିଲେ । ସେ ୨୦୧୮ ଜାନୁଆରିରେ କାନାଡ଼ାଠାରେ ଅନୁଷ୍ଠିତ ମାରାଥନ୍‌ରୁ ଯାତ୍ରା ଆରମ୍ଭ କରିଥିଲେ । ହାରାହାରି ସେ ପ୍ରତି ସପ୍ତାହରେ ୩ ନୂଆ ଦେଶରେ ୩ ମାରାଥନ୍‌ରେ ସାମିଲ ହୋଇଥିଲେ । ଗତ ୬୭୫ ଦିନରେ ନିକ୍ ୫୧ ଲକ୍ଷ ଷ୍ଟେପ୍ ଦୌଡ଼ି ୧୫ ଲକ୍ଷ କ୍ୟାଲୋରୀ ନଷ୍ଟ କରିଛନ୍ତି । ୧୯୬ ଦେଶକୁ ଯିବା ସମୟରେ ତାଙ୍କୁ ୧୦ଟି ପାସପୋର୍ଟ ଓ ୧୨୦ ଭିଜା ନେବାକୁ ପଡ଼ିଥିଲା । ଏହି ସମୟରେ ସେ ୨୦୧ ଫ୍ଲାଇଟ୍‌, ୪୫ ଟ୍ରେନ୍‌, ୧୫ ବସ୍ ଓ ୨୮୦ ଟ୍ୟାକ୍ସିରେ ଯାତ୍ରା କରିଥିଲେ । ନିକ୍ ୧୬ରୁ ୧୮ ଜୁଲାଇ ୨୦୧୯ରେ ଭାରତରେ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ