ଚର୍ଚ୍ଚାରେ ଯାତ୍ରା ଜଗତର ଦୁଦ୍ଧାନ୍ତ ଖଳନାୟକ ଗଞ୍ଜାମର ପ୍ରଦୀପ
ଗଞ୍ଜାମ,(ବିନୋଦ ପଲାଇ):ଦଣ୍ଡନାଟ ଆରମ୍ଭ ହେବା ମାତ୍ରେ
ପୁଣି ଚାର୍ଚ୍ଚକୁ ଆସିଯାନ୍ତି, ଯାତ୍ରା ଜଗତର ଚର୍ଚ୍ଚିତ ଚେହେରା ତଥା ଦୁଦ୍ଧାନ୍ତ ଖଳନାୟକ ପ୍ରଦୀପ କୁମାର ପଣ୍ଡା l “ନନ୍ଦଲାଲା ” ଭୂମିକାରେ ଜୀବନ୍ତ ଅଭିନୟ ପାଇଁ ବର୍ତମାନ ସେ ଚର୍ଚ୍ଚାରେ ରହିଛନ୍ତି l ଗଞ୍ଜାମ ଜିଲ୍ଲାର ଦଣ୍ଡନାଟ ଯାତ୍ରାରେ ତାଙ୍କ ନିଖୁଣ, ଜୀବନ୍ତ ଅଭିନୟ ପାଇଁ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟୁ ଛନ୍ତି । ଗଂଜାମ ସହ ସହରର ଦୂର୍ଗାଦେବୀ ସାହି ବାସିନ୍ଦା ପ୍ରଦୀପ କୁମାର ପଣ୍ଡା ପେସାରେ ଜଣେ ସାମ୍ବାଦିକ, ସମାଜସେଵୀ ଓ ନିଶା ତାଙ୍କର ଅଭିନୟ l ଗଂଜାମ ଜିଲ୍ଲାର ହିଞ୍ଜିଳିକାଟୁ ଦଣ୍ଡନାଟ ବଡ଼ପାର୍ଟିରେ ଅଭିନୟ କରୁଛନ୍ତି l ବରିଷ୍ଠ ନିର୍ଦେଶକ ଚିରଞ୍ଜିବି ସାହୁଙ୍କ ନିର୍ଦେଶନାରେ ସାମାଜିକ ନାଟକ
” ହାୟ କୃଷ୍ଣ ବୋଲି ଯାଉ ମୋ ଜୀବନ “ରେ ଖଳନାୟକ ଭାବେ ନନ୍ଦଲାଲଙ୍କ ଭୂମିକାରେ ଅଭିନୟ କରୁଛନ୍ତି I ଜଣେ ବଡ଼ପଣ୍ଡାଙ୍କ ପୁଅ ହୋଇବି ଦୁଦ୍ଧାନ୍ତ ଖଳନାୟକ କିପରି ହୋଇ ଯାଇଛନ୍ତି ଚରିତ୍ରରେ ଏପରି ନିଖୁଣ ଅଭିନୟ କରି ଭୂମିକାକୁ ଜୀବନ୍ତ ରୁପ ଦେଉଛନ୍ତି । ସେ ମଞ୍ଚ ଉପରକୁ ଆସିବା ମାତ୍ରେ ଲୋକଙ୍କ ପ୍ରଶଂସା ସାଉଁଟିବା ସହ ଆକ୍ରୋଶର ଶିକାର ମଧ୍ୟ ଶିକାର ହେଉଛନ୍ତି । ଅଭିନୟ ଜଗତରେ ଯେତେ
ଦୁଦ୍ଧାନ୍ତ ଖଳନାୟକ ହେଲେବି ପ୍ରଦୀପ ବାସ୍ତବରେ ଜଣେ ଶାନ୍ତ, ଶିଷ୍ଟ ଓ ମିଷ୍ଟାଭାସି ସାମ୍ବାଦିକ ରୂପେ ପରିଚିତୀ ଗଞ୍ଜାମ ସହରରେ ଯାତ୍ରା ଚାଲିଥୁବ ଥୁବା ସମୟରେ କଳା ନୈପୁଣ୍ୟତାର ପରିଚୟ ଦେଇଥିଲେ । ଅନେକ ତାଙ୍କ କଳାର ଭୂୟସୀ ପ୍ରଶଂସା କରିଥିଲେ l ଆମ ପ୍ରତିନିଧୂ ତାଙ୍କ ସହ ଭେଟି କିଛି କଥା ସାଉଣ୍ଟିଥିଲେ । ପିଲାବେଳୁ ଅଭିନୟରେ ଦୁର୍ବଳତା ଥିବା ବେକେ ବିଦ୍ୟାଳୟ ଓମହାବିଦ୍ୟାଳୟରେ ବିଭିନ୍ନ ଉତ୍ସବ ଅଭିନୟ କରିଥିଲେ । ପରେ ୨୦୦୮ ମସିହାରେ ରେ ଗଂଜାମ ଏନଏସିରେ ସ୍ୱାୟତ ଶାସନ ଦିବସରେ ଆଡଭୋକେଟ ପଙ୍କଜ ବାରିକଙ୍କ
ନିର୍ଦେଶନାରେ “ଫୁଲ ବଉଳ ବେଣୀ” ରେ ପ୍ରଥମେ ଖଳନାୟକ ଭୂମିକାରେ ମଞ୍ଚରେ ଅଭିନୟ ଆରମ୍ଭକରିଥିଲେ । ପରେ ସହର ଓ ଆଖିପାଖ ଅଞ୍ଚଳରେ ବିଭିନ୍ନ ମଞ୍ଚରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ବିଶେଷକରି ଫଗୁଣ ଦେଇଛି ପହିଲି ଚିଠି, ଖରାପ ଝିଅର ଗପ, ରାମ ବନବାସ କାହାଣି ଶେଷ, ଭୁଲତୋର ଭୋଗୁଛି ମୁଁ, ବରଣୀ କନ୍ୟା ବର୍ଷା ରାଣୀ, ପର ହୋଇଗଲା ପଣତ କାନି, କିଏ କାନ୍ଦି ନାହିଁ ହାତ ଟେକ, ସେ ଗୋଟେ ଭୁଲ ପାଇଁ, ପ୍ରମୁଖ
ବହିରେ ଦୁଦ୍ଧାନ୍ତ ଖଳନାୟକ ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ଦେଇଥଲା । ଗତ ସାତ ବର୍ଷ ଧରି କମାପଲ୍ଲୀ ଦଣ୍ଡକାଳି ଯାତ୍ରାରେ ଅଭିନୟ କରିଆସୁଥିଲେ l ଚଳିତ ବର୍ଷ ହିଞ୍ଜିଳିକାଟୁ ବଡ଼ ପାର୍ଟିରେ ଅଭିନୟ କରୁଛନ୍ତି l ଅତୀତରେ ତାଙ୍କର ଅଭିନୟ ଦେଖୁ କଟକର ଅପେରା ଅଭିନୟ କରିବା ପାଇଁ ସୁଯୋଗ ଦେଇଥିଲେ ମଧ୍ୟ ଗୋଟେ ପୁଅ ହୋଇଥିବାରୁ ପରିବାର ଲୋକେ ରାଜିହୋଇନଥିଲେ । ମଞ୍ଚଉପରକୁ ଆସିବା ମାତ୍ରେ ଦର୍ଶକଙ୍କ ଏପରି ଆକ୍ରୋଶ ହେବା ତାଙ୍କ ପାଇଁ ଶ୍ରେଷ୍ଠ ପୁରସ୍କାର କହିଛନ୍ତି । ଏହା ଭଗବାନଙ୍କ ଆଶୀର୍ବାଦ ଓ ଦର୍ଶକଙ୍କ ଭଲପାଇବା ଏପରି ମରିବା ପର୍ଯ୍ୟନ୍ତ ରହୁବୋଲି କହିଛନ୍ତି ।