ଚର୍ଚ୍ଚାରେ ୱାର୍ଡ ନଂ ୧୦,ବିଜେପି ପ୍ରାର୍ଥୀ ରବୀନ୍ଦ୍ରଙ୍କ ପ୍ରଚାର ଜୋରଦାର 

ହିଞ୍ଜିଳିକାଟୁ , (ଶେଷଦେବ ସାହୁ): ଶାରୀରିକ ଭାବେ ଭିନ୍ନକ୍ଷମ କିନ୍ତୁ ମାନସିକ ଭାବେ ଖୁବ୍ ଶକ୍ତିଶାଳୀ ।ସମାଜର ଟାହି ଟାପରାକୁ ଖାତିର ନ କରି ନିଜେ ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ରବୀନ୍ଦ୍ର ।ବାପା – ମା’ଙ୍କ ସେ ଅଲିଅଳ ପୁଅ ଥିଲେ ।ପିଲାଟି ଦିନରୁ ହିଁ ପୋଲିଓର ଶିକାର  ହୋଇଥିଲେ ।ହେଲେ ନା ପାଠ ପଢ଼ା ନା ସମାଜସେବା କେଉଁଥିରେ ପଛରେ ପଡ଼ି ନାହାନ୍ତି ରବୀନ୍ଦ୍ର ।ଚଳିତ ପୈାର ନିର୍ବାଚନରେ ହିଞ୍ଜିଳିକାଟୁ ପୌର ପରିଷଦ ପାଇଁ ୧୦ ନଂ ୱାର୍ଡ ଅଣ ସଂରକ୍ଷିତ ଥିବାରୁ ବିଜେପି ପ୍ରାର୍ଥୀ ଭାବେ ଲଢ଼ି ଚର୍ଚ୍ଚା ପରିସରକୁ ଆସିଛନ୍ତି ଦିବ୍ୟାଙ୍ଗ ରବୀନ୍ଦ୍ର ପାଣିଗ୍ରାହୀ । ରବିବାର ଉପର ରେଗିଡ଼ି ସାହିସ୍ଥିତ ମା’ ତାରିଣୀଙ୍କ ଆଶିଷ ଭିକ୍ଷା କରି ନିଜ ସମର୍ଥକଙ୍କ ସହ ଟ୍ରାଇ ସାଇକେଲ ଯୋଗେ ରବୀନ୍ଦ୍ର ୧୦ନଂ ୱାର୍ଡ ପାଇଁ ପ୍ରଚାର ଜୋରଦାର ଆରମ୍ଭ କରିଛନ୍ତି ।ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ସହ ପେଟ ଦୁଇ ଚାଖଣ୍ଡ ପାଇଁ ହିଞ୍ଜିଳି ତହସିଲ ଅଫିସ ଛକରେ ଏକ ଜେରକ୍ସ କମ୍ପୁଟର ଦୋକାନ କରିଛନ୍ତି ।ତାଙ୍କର ଶିକ୍ଷାଗତ ଯୋଗ୍ୟତା ବି.କମ୍ ।ପୂର୍ବରୁ ଜିଲ୍ଲା ରେଡ଼କ୍ରସ ସହୟତାରେ ତହସିଲ ଅଫିସରେ କିଛି ଦିନ କାର୍ଯ୍ୟ କରିବା ପରେ କୌଣସି କାରଣ ବଶତଃ ତାଙ୍କୁ କାର୍ଯ୍ୟରୁ ଛଟେଇ କରିଦିଆଗଲା ।ଏମିତି କି ତହସିଲ କାର୍ଯ୍ୟାଳୟରେ କାମ କରିବା ସମୟରେ ସେ ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ସହ ଆଚର ବ୍ୟବହାର ପାଇଁ ଲୋକଙ୍କ ପ୍ରିୟପାତ୍ର ହୋଇଥିଲେ ।କେବଳ ହାତରେ ମୁଠାମୁଠା ଟଙ୍କା ଥିବା ଲୋକ ହିଁ ଜନସେବା ପାଇଁ ଯୋଗ୍ୟ ବିବେଚିତ ବୋଲି ମତଦାତାଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରାଯାଉଛି ।ଏଥର ଏହି ଉକ୍ତିଟିକୁ ଭୁଲ ପ୍ରମାଣିତ କରିବା ସହ ଗରିବ ଓ ନିଷ୍ପେସିତଙ୍କ ପାଇଁ ସେବା କରିବା ସକାଶେ ମୋତେ ସୁଯୋଗ ମିଳିଛି ଓ ଥରୁଟିଏ ମୋତେ ସେହି ସୁଯୋଗ ଦିଅନ୍ତୁ ବୋଲି ରବୀନ୍ଦ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ।ରବୀନ୍ଦ୍ରଙ୍କ ସରଳ ତଥା ସତ କଥା ପ୍ରତି ସାଧାରଣ ମତଦାତାଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଛି ।ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ କେନ୍ଦ୍ରୀୟ ଯୋଜନା ବିଷୟରେ ଲୋକଙ୍କ ନିକଟରେ ପହଞ୍ଚାଇ ଚଳିତ ପୌର ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।୧୦ ନଂ ୱାର୍ଡ଼ର ଉନ୍ନତି ସକାଶେ ପ୍ରାର୍ଥୀ ହେବା ପାଇଁ ବହୁ ଯୁବକ ଓ ମହିଳା ତାଙ୍କୁ ଉତ୍ସାହିତ କରିଥିଲେ ।ପରବର୍ତ୍ତୀ ମୁହୂର୍ତ୍ତରେ ସେ ଆଉ ପଛଘୁଞ୍ଚା ନ ଦେଇ ଏହି ୱାର୍ଡରୁ ନାମାଙ୍କନ ପତ୍ର ଦାଖଲ କରିଥିଲେ ।ଅନ୍ୟ ପକ୍ଷରେ ଦିବ୍ୟାଙ୍ଗ ରବୀନ୍ଦ୍ରଙ୍କ ପ୍ରଚାର ଭିକ୍ଷା ସବୁ ପ୍ରାର୍ଥୀ ପ୍ରାର୍ଥୀନୀଙ୍କ ଠାରୁ ନିଆରା ତେଣୁ ରବୀନ୍ଦ୍ରଙ୍କ ପଛରେ ବିପୁଳ ଜନସମର୍ଥନ ରହିଥିବା ସ୍ପଷ୍ଟ ଜଣାପଡୁଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ