ଚର୍ଚ୍ଚା ରେ ମୋଦି ଙ୍କ ଟ୍ୱିଟର ଆକାଉଣ୍ଟ

୨୦୧୪ରେ ଚା ବାଲା ପରେ ୨୦୧୯ରେ ପ୍ରଧାନମନ୍ତ୍ରୀଙ୍କ ନାମ ବିଜେପି ଚୌକିଦାରରେ ପରିବର୍ତନ ହୋଇଛି । ପ୍ରତି ରାଲିରେ ନିଜକୁ ଚୌକିଦାର କହୁଥିବା ମୋଦୀ ଗତକାଲି ମୁଁ ବି ଚୌକିଦାର ଭିଡିଓ ଜାରି କରିଛନ୍ତି । ଏବେ ମୋଦୀ ନିଜ ନାମ ଆଗରେ ଟ୍ୱିଟରରେ ଚୌକିଦାର ନାମ ଯୋଡି ସାରିଲେଣି । ଏବେ ଟ୍ୱିଟରରେ ଚୌକିଦାର ନରେନ୍ଦ୍ର ମୋଦୀ ଲେଖାଯାଉଛି ।
ସୂଚନାଯୋଗ୍ୟ, ମୁଁ ବି ଚୌକିଦାର ଭିଡିଓ ଜାରି ହେବା ପରେ ଏହି ପରିବର୍ତନ ହୋଇଛି । ଫେସବୁକ, ଇନଷ୍ଟଗ୍ରାମ, ଫେସବୁକ ଆଦିରେ ନରେନ୍ଦ୍ର ମୋଦୀଙ୍କ ଶୋ ଚାଲିଛି । ମୋଦୀଙ୍କ ବ୍ୟତୀତ ଅମିତ ଶାହା, ରେଳ ମନ୍ତ୍ରୀ ପୀୟୁଷ ଗୋୟଲ, ବିଜେପିର ଆଇଟି ସେଲ ପ୍ରମୁଖ ଅମିତ ମାଲବୀୟ ମଧ୍ୟ ଟ୍ୱିଟରରେ ନିଜ ନାମ ଆଗରେ ଚୌକିଦାର ଲଗାଇଛନ୍ତି । ସେମାନଙ୍କ ବ୍ୟତୀତ ଜେପି ନଡ୍ଡା, ରମଣ ସିଂହ, ପୁନମ ମହାଜନ ସମେତ ବହୁ ବଡ ବଡ ନେତା ମଧ୍ୟ ଚୌକିଦାର ଲଗେଇଛନ୍ତି ।
ଲୋକସଭା ନିର୍ବାଚନ ପ୍ରଚାର ପାଇଁ ବିଜେପି ଏକ ଭିଡିଓ ଲଂଚ୍ କରିଛି । ୩.୪୫ ମିନିଟର ଏହି ଭିଡିଓରେ ମୁଁ ବି ଚୌକିଦାର ଅଭିଯାନ ବିଷୟରେ ଦେଖାଯାଉଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କଟାକ୍ଷ ଚୌକିଦାର ଚୋରର ଜବାବ ଦେବାକୁ ଯାଇ ମୋଦୀ ଟ୍ୱିଟ କରିଛନ୍ତି କି, ଚୌକିଦାର ଏକା ନାହିଁ । ଯିଏ ଭ୍ରଷ୍ଟାଚାର ବିରୋଧରେ ଲଢେଇ କରୁଛି ସିଏ ବି ଜଣେ ଚୌକିଦାର । ମୋଦୀଙ୍କ ଟ୍ୱିଟ ପରେ ବହୁ ବିଜେପି ନେତା ମଧ୍ୟ ମୁଁ ବି ଚୌକିଦାର ବୋଲି ଟ୍ୱିଟ କରିଛନ୍ତି । କହିବାକୁ ଗଲେ ସୋସିଆଲ ମିଡିଆରେ ଏବେ ଚୌକିଦାର ଟ୍ରେଣ୍ଡ ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ