ଚର୍ତୁବିଂଶ ଦିବସରେ ଏଲିମେଣ୍ଟାରୀ ଶିକ୍ଷକଙ୍କ ଧାରଣା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):୫ ଦଫା ଦାବି ନେଇ ଏଲିମେଣ୍ଟାରୀ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ଧାରଣା ଚର୍ତୁବିଂଶ ଦିବସରେ ପହଞ୍ôଚଥିଲେ ମଧ୍ୟ ରାଜ୍ୟ ସରକାର ଶିକ୍ଷକଙ୍କର ଦାବି ପ୍ରତି କର୍ଣ୍ଣପାତ କରିନାହାଁନ୍ତି । ରାଜ୍ୟର କୋଣ ଅନୁକୋଣରୁ ଶହ ଶହ ଶିକ୍ଷୟିତ୍ରୀଶିକ୍ଷକ ଜ୍ୟେଷ୍ଠମାସର ରୌଦ୍ରତାପକୁ ଖାତିର ନକରି ନିଜର ନ୍ୟାୟୋଚିିତ ଦାବିରେ ଧାରଣାରେ ବସି ରାଜ୍ୟ ସରକାରଙ୍କ ନିକଟରେ ଗୁହାରି ଜଣାଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ରିଜୋଲ୍ୟୁସନ ନଂ ୨୩୨୯୨ ତା ୨୯.୧୧.୨୦୧୭ରିଖ ଅନୁଯାୟୀ ୨୦୧୯ କ୍ୟାଡ଼ର ରୁଲ୍‌ରେ ପ୍ରାଥମିକ ଶିକ୍ଷକମାନଙ୍କର ନିମ୍ନତମ ଯୋଗ୍ୟତା ମାଟ୍ରିକ ସି.ଟିକୁ ଉଚ୍ଛେଦ କରି +୨ ସି.ଟି / ଗ୍ରାଜୁଏଟ ସି.ଟି ବା ବି.ଏଡ୍ ରଖାଯାଉ । ତଦନୁଯାୟୀ +୨ ସି.ଟି ପଦବୀ ଅନୁସାରେ ଗ୍ରେଡ଼ ପେ ୨୮୦୦ ଟଙ୍କା ଆଧାରରେ ୨୦୧୭ ମସିହା ଠାରୁ ସମସ୍ତ ଏଲିମେଣ୍ଟାରୀ ଶିକ୍ଷକମାନଙ୍କୁ ପ୍ରଦାନ କରାଯାଉ । ମହାସଂଘର ଆବାହକ ପ୍ରବୀଣ କୁମାର ଦାସ କହିଛନ୍ତି ଯେ, ମହାସଂଘର ଧାରଣା ଚର୍ତୁବିଂଶତମ ଦିବସରେ ପହଞ୍ôଚଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଆନ୍ତରିକତା ପ୍ରକାଶ ନ କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ସରକାର ମୋ ସ୍କୁଲ୍ ଯୋଜନା, ୫-ଟି ଭଳି ଲୋକାଭିମୁଖୀ କାର୍ଯ୍ୟକ୍ରମ ସାରା ଦେଶରେ ଚହଳ ସୃଷ୍ଟି କରିଛି । ମାତ୍ର ଏଲିମେଣ୍ଟାରୀ ଶିକ୍ଷକ, ଯେଉଁମାନେ ଓଡ଼ିଶା ଶିକ୍ଷା ବ୍ୟବସ୍ଥାର ପ୍ରାଣକେନ୍ଦ୍ର ଏବଂ ଏନ୍‌ସିଟିଇ ଗାଇଡ଼ଲାଇନରେ ଶିକ୍ଷକ ହେଉଛି ଶିକ୍ଷା ବ୍ୟବସ୍ଥାର ବିଶ୍ୱକର୍ମା ତାର ଆର୍ଥିକ ଦୁର୍ଗତିର ଦୂର ନହେଲେ ସମୃଦ୍ଧ ଓଡ଼ିଶା ବା ସମୃଦ୍ଧ ଭାରତ ଯୋଜନା କିପରି ସଫଳ ହେବ ବୋଲି ଶ୍ରୀ ଦାସ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଜଗନ୍ନାଥଙ୍କ ନିକଟରେ ଶହ ଶହ ଶିକ୍ଷକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ କାମନା କରିଥିବା ବେଳେ, ଏଲିମେଣ୍ଟାରୀ ଶିକ୍ଷକଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ପାଇଁ ନବୀନ ସରକାରଙ୍କ ଦ୍ୱାର ସହୃଦୟତା ଦେଖାଇବା ଏଲିମେଣ୍ଟାରୀ ଶିକ୍ଷକମାନଙ୍କୁ ଅତ୍ୟନ୍ତ ମର୍ମାହତ କରିଛି । ଯଦି ରାଜ୍ୟ ସରକାର ଆସନ୍ତା ୭ ତାରିଖ ସୁଦ୍ଧା ମହାସଂଘର ଦାବି ପୂରଣ ନ କରନ୍ତି ତେବେ, ଜୁନ୍ ୮ ତାରିଖରୁ ଏଲିମେଣ୍ଟାରୀ ଶିକ୍ଷକ ମହାସଂଘ ସହିତ ନିଖିଳ ଉତ୍କଳ ଶିକ୍ଷକ ମହାସଂଘ, ଅନ୍ୟାନ୍ୟ ଶିକ୍ଷକ ସଂଘ ଓ ରାଜନୈତିକ ବ୍ୟକ୍ତିତ୍ୱ ଧାରଣାରେ ସାମିଲ୍ ହେବେ ବୋଲି ମହାସଂଘର ଆବାହକ ପ୍ରବୀଣ କୁମାର ଦାସ ପ୍ରକାଶ କରିଛନ୍ତି ।ଚର୍ତୁବିଂଶତମ ଦିବସ ଧାରଣାରେ ମହାସଂଘର ଆବାହକ ପ୍ରବୀଣ କୁମାର ଦାସ, ଜିତେନ୍ଦ୍ର କୁମାର ନାୟକ, ସଲିଳ କୁମାର ପଟ୍ଟନାୟକ, ପ୍ରିୟମ୍ବଦା ଆଚାର୍ଯ୍ୟ, ନିର୍ମଳା ମହାପାତ୍ର, ବାସୁଦେବ ମଲ୍ଲିକ, ନାରାୟଣ ରାଉତ, ନାରାୟଣ ପଣ୍ଡା, ଯୁଧିଷ୍ଠିର ବେହେରା, ବିଜୟିନୀ ନନ୍ଦ, ପ୍ରିୟତମା ଜେନା, ନିରୂପମା ନାୟକ, ଅଭିମନ୍ୟୁ ପଲାଇ, ଦାଶରଥୀ ନାୟକ, ରଶ୍ମିତା ମହାନ୍ତି, ନିରଞ୍ଜନ ରାଉତ, ସୁବ୍ରତ କୁମାର ବଡ଼ଜେନା, ବାଇଧର ଦାସ, ପଦ୍ମାବତୀ ଦାସ, ରଶ୍ମିତା ବେହେରା, ମାନସୀ ବେହେରା, ସରୋଜ କୁମାର ସାହୁ, ସୁନିଲ କୁମାର ମିଶ୍ର, ବସନ୍ତ କୁମାର ବେହେରା, ତୁଷାରକାନ୍ତ ପରିଡ଼ା, ବ୍ରହ୍ମାନନ୍ଦ ପରିଡ଼ା, ନାରାୟଣ ଚନ୍ଦ୍ର ନାୟକ, ଦେବେନ୍ଦ୍ର କୁମାର ନାଥ, ମଙ୍ଗୁଳି ଚରଣ ପରିଡ଼ା, ମନୋରଞ୍ଜନ ମହାରଣା, ପୁଷ୍ପଲତା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ