ଚଳଚଞ୍ଚଳ ଆମିଷ ବଜାର

ନୟାଗଡ,(ଯୁଗାବ୍ଦ ନ୍ୟୁଜ୍‌): ନୟାଗଡ ଜିଲ୍ଲା ରାଜସୁନାଖଳାରେ ଛାଡଖାଇ ପାଇଁ ଆମିଷ ବଜାର ବେଶ୍ ଚଳଚଞ୍ଚଳ ରହିଛି । ଧାର୍ମିକ କାର୍ତ୍ତିକ ମାସ ଶେଷ ହୋଇ ଥିବା ବେଳେ ୧ ମାସ ଧରି ନିରାମିଷ ଭୋଜନ କରି ଧର୍ମ ଅର୍ଜନ କରିଥିବା ଜନସାଧରଣ ଆଜି ଆମିଷ ଖାଇବା ନିମନ୍ତେ ଆମିଷ ବଜାର ଠାରୁ ଆରମ୍ଭ କରି ବିଭିନ୍ନ ଆମିଷ ହୋଟେଲରେ ଗହଳି ଦେଖିବାକୁ ମିଳିଥିଲା । ଏଥିସହ ଛାଡଖାଇ ହୋଇଥିବାରୁ ବ୍ୟବସାୟୀ ମାନେ ମଧ୍ୟ ଭଲ ଦୁଇ ପଇସା ମିଳିବ ବୋଲି ଆଶା କରି ଅଧିକ ମାଛ,ମାଂସ,ବଜାରରେ ପ୍ରବେଶ କରିଥିବାରୁ ଭଲ ଦୁଇ ପଇସା ଲାଭବାନ ହୋଇଥିବା ବ୍ୟବସାୟୀ ମାନେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ