ଚଳଚ୍ଚିତ୍ର ‘ଛାଇ ଆଲୁଅର ଖେଳ’ ଉନ୍ମୋଚିତ
ଭୁବନେଶ୍ୱର : ଜୀବନ ‘ଛାଇ ଆଲୁଅର ଖେଳ’ । ସେ ଖେଳରେ ମଣିଷ କେବେ ହାରୁ ହାରୁ ଜିତିଯାଏ, କେବେ ପୁଣି ଜିତୁ ଜିତୁ ହାରିଯାଏ । ସୁଖ ଦୁଃଖ, ପ୍ରେମ ପ୍ରତାରଣା, ଆଶା ନିରାଶା, ଭଲ ମନ୍ଦକୁ ନେଇ ଏ ମଣିଷ ଜୀବନ ସମୟ ସୁଅରେ ଭାସି ଭାସି •ଲିଥାଏ ବାର ବାଙ୍କ ଦେଇ । ଭାସି ଯାଉ ଯାଉ ଯଦି କେବେ ଭଉଁରୀ ଭିତରେ ପଡ଼ିଯାଏ ତାହାହେଲେ ଆଉ ସହଜରେ ବାହାରି ହୁଏନି ସେ ଭଉଁରୀ ଭିତରୁ । ବାହାରି ଆସିଲେ ବି ଯଦି କିଛି ଦାଗ ଲାଗିଯାଇଥାଏ ଦେହରେ, ବାକି ଜୀବନତକ ବୋଝ ପାଲଟିଯାଏ ସେହି ନିରୀହ ମଣିଷଟି ପାଇଁ । ଏହିଭଳି ଏକ କାହାଣୀକୁ ନେଇ ଓଁ ସାଇ ଆଦେନୀ ବ୍ୟାନରରେ ନିର୍ମିତ ଗତିଶୀଳ ଚଳଚ୍ଚିତ୍ର ‘ଛାଇ ଆଲୁଅର ଖେଳ’ ଭଞ୍ଜକଳା ମଣ୍ଡପଠାରେ ଉନ୍ମୋଚିତ ହୋଇଯାଇଛି । ଏହି ସିନେମାର ପ୍ରଯୋଜକ, ସଙ୍ଗୀତ, ନିର୍ଦ୍ଦେଶକ ଇଂ. ଜେ. ଆଦେନୀ । ଅତୀତରେ ଇଂ ଆଦେନୀ ଅନୁତାପ, ହୀରା ମୋତି ମାଣିକ, ପୁଜାରିଣୀ ଭଳି ଅନେକ ସୁନ୍ଦର ଚଳଚ୍ଚିତ୍ର ଓଡ଼ିଆ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଏହି ସିନେମାରେ ସଙ୍ଗୀତ ରଚନା କରିଛନ୍ତି ଇଂ ଜେ. ଆଦେନୀ, ସ୍ୱର୍ଗତ ନିଜାମ ଏବଂ କବି ମନୋରଞ୍ଜନ ମହାପାତ୍ର (କୁଷ୍ଣ ଭାଇ) । ଅଭିନୟରେ ଅଛନ୍ତି ଅନୁରାଧା, କ୍ରିଷ୍ଣା, ହରିଶ, ଦିବ୍ୟ, ରାଜା,ସକିଲ୍ ଏବଂ ମୁଖ୍ୟ ଭୂମିକାେ ଅଛନ୍ତି ମନୋରଞ୍ଜନ ମହାପାତ୍ର ।