ଚଳନ୍ତା ଟ୍ରେନ ରୁ ଡେଇଁ ଯୁବକ ଗୁରୁତର
ବାଲେଶ୍ଵର, (ସରୋଜ ପଣ୍ଡା):ନିଉ ଜଲପାହି ଗୁଡ଼ି ରୁ ଚେନ୍ନାଇ ମାଡ୍ରାସ ଏକ୍ସପ୍ରେସ ଟ୍ରେନ ରେ କାମ କରିବାକୁ ଯାଉଥିବା ଜଣେ ଯୁବକ ଆଜି ବାଲେଶ୍ଵର ରେଳ ଷ୍ଟେସନର ଅନତି ଦୂରରେ ଚଳନ୍ତା ଟ୍ରେନ ରୁ ଡେଇଁ ପଡି ଗୁରୁତର ହୋଇଥିଲେ।ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।ଗୁରୁତର ହେଲେ ନେପାଳ ର ଯୁବକ ସନ୍ତୋଷ କୁମାର ଖବାସ୍।ତେବେ ଟ୍ରେନରେ ଖାଇସାରି ହାତ ଧୋଇବାକୁ ଯାଇଥିବା ବେଳେ ସେଠାରେ କିଛି ଯୁବକଙ୍କ ସହ ଗଣ୍ଡଗୋଳ ହେବାରୁ ସନ୍ତୋଷ ଚଳନ୍ତା ଟ୍ରେନ ରୁ ଡେଇଁ ପଡ଼ିଥିଲେ ବୋଲି କହିଥିଲେ।ଖବର ପାଇ ଆରପିଏଫ ଚିକିତ୍ସାଳୟରେ ପହଞ୍ଚିଥିଲେ।