ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟରେ ସର୍ବାଧିକ ନମ୍ବର ରଖି ଗୌରବ ଆଣିଲେ ଆଦ୍ୟାଂଶା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ ଚନ୍ଦ୍ରଶେଖରପୁର ପର୍ଯ୍ୟାୟ – ୧ ରେଳବିହାରର ଛାତ୍ରୀ ଆଦ୍ୟାଂଶା ଅମ୍ବିକା ପରିଡା ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟରେ ସର୍ବାଧିକ ନମ୍ବର (୫୪୯) A1 ରଖି ଉର୍ତ୍ତିନ ହେବା ସହ ବିଦ୍ୟାଳୟକୁ ଗୋରବାନ୍ନିତ କରିଛନ୍ତି। ଏହି ସଫଳତାରେ ଶତମୁଖ ହୋଇ ଆଦ୍ୟାଂଶାଙ୍କୁ ବିଦ୍ୟାଳୟ ତରଫରୁ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଗୋବିନ୍ଦ ହେମ୍ବ୍ରମ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀମତୀ ସଂଧ୍ୟାରାଣୀ ପଟ୍ଟନାୟକ, ମୋ ସ୍କୁଲ ଅଭିଯାନ ସଭାପତି ଅରୁଣ କୁମାର ଜେନା ଓ ଆଲୁମିନି କମିଟି ସମ୍ପାଦକ ପ୍ରତ୍ୟୁଷ ଭଞ୍ଜ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଆଦ୍ୟାଂଶା ଆହୁରି ଆଗକୁ ଯାଆନ୍ତୁ ଓ ତାଙ୍କ ଆଗାମୀ ଶିକ୍ଷା ଜୀବନ ଉଜ୍ଜ୍ୱଳ ହେଉ ବୋଲି କାମନା କରିଛନ୍ତି।


