ଚଳିତ ନିର୍ବାଚନ କଂଗ୍ରେସ ପାଇଁ ସଂଗ୍ରାମ କରିବେ “ସଂଗ୍ରାମ” କଂଗ୍ରେସ ଗଡ ସଜାଡିବ ନା ନିର୍ବାଚନୀ ବୈତରଣୀ ପାର ହେବ ?
ସାଧାରଣ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ଭୋଟର ମାନଙ୍କ ମଧ୍ୟରେ ସେତିକି ଉତ୍କଣ୍ଠା ଦେଖିବାକୁ ମିଳୁଛି। ସୋରଡା ରେ ତ୍ରିମୂଖୀ ଲଢେଇ ଦେଖିବାକୁ ମିଳବ। ଏମାନଙ୍କ ମଧ୍ୟ ରେ ବିଜେଡି ତରଫରୁ ଲଢୁଛନ୍ତି ଦୁଇଥର ବିଧାୟକ ହୋଇଥିବା ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ, ଏବଂ ବିଜେପି ତରଫରୁ ନୀଳମଣି ବିଶୋୟୀ ଓ କଂଗ୍ରେସ ତରଫରୁ ଯୁବ ନେତା ସଂଗ୍ରାମ ମହାନ୍ତି।ସମସ୍ତଙ୍କୁ ନେଇ ବର୍ତମାନ ଭୋଟର ମାନଙ୍କ ମଧ୍ୟରେ ବେସ ଉତ୍କଣ୍ଠା ବଢୁଛି। ଦୁଇ ଜଣଙ୍କ ଅପେକ୍ଷା ସଂଗ୍ରାମ ମହାନ୍ତି ଙ୍କ ପାଇଁ ଏହି ନିର୍ବାଚନ କୌଣସି ଏକ ବଡ ସଂଗ୍ରାମ ଠାରୁ କିଛି କମ ନୁହ । ଦୀର୍ଘ ଦିନ ଧରି ଏହି ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ର କୌଣସି ବଡ ଧରଣର କାର୍ୟ୍ୟକର୍ମ ଦେଖିବାକୁ ମିଳିନୀ। ୨୦୧୪ ନିର୍ବାଚନ ରେ କଂଗ୍ରେସ ର ପରାଜୟ ପରେ କୌଣସି ବଡ ଦଳୀୟ ନେତା ସୋରଡା ରେ କଂଗ୍ରେସ ର ସ୍ଥିତି ସୁଧାରିବା ପାଇଁ ପ୍ରୟାସ କରିନାହାନ୍ତି। ଫଳରେ ଦୀର୍ଘ ୫ ବର୍ଷ ହେଲା କଂଗ୍ରେସ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି। ୫ବର୍ଷ କାଳ କଂଗ୍ରେସ କର୍ମୀ ମାନେ ନିଜ ନେତା ଙ୍କୁ ଅପେକ୍ଷା କରି କରି ଆଖିରୁ ଆଶା ମଉଳିଯାଇଛି। ସମସ୍ତଙ୍କ ଧାରଣା କଂଗ୍ରେସ ର ଆଉକିଏ ନାହାନ୍ତି। ଏହି ପରି ସ୍ଥିତିରେ କିଛି ଛାମୁଆ ତୁଙ୍ଗ ନେତା କଂଗ୍ରେସ ଦଳ କୁ ବଞ୍ଚେଇ ରଖିବା ପାଇଁ ପ୍ରୟାସ କରିଥିଲେ। କିଛି ଛୋଟମୋଟ କାର୍ୟ୍ୟ କ୍ରମ ଛଡା ଲୋକଙ୍କ ବିଶ୍ବାସ ଭାଜନ ହେବା ଭଳି କୌଣସି କାର୍ୟ୍ୟକ୍ରମ କରିବାରେ ସଫଳ ହୋଇନାହାନ୍ତି। ଏହିପରି ସ୍ଥିତି ରେ ବର୍ତମାନ କଂଗ୍ରେସ ପାଇଁ ଏହି ନିର୍ବାଚନ କିଛି ଗୋଟେ ବଡ ସଂଗ୍ରାମ ଠାରୁ କମ ନାହି। ଗୋଟିଏ ପଟେ ଗଡ ସଜାଡିବାର ପ୍ରୟାସ ଅନ୍ୟପଟେ ନିର୍ବାଚନ ବୈତରଣୀ ପାର ହେବା ସହଜ ନୁହ। ଏପରି ପରିସ୍ଥିତି ରେ କଂଗ୍ରେସ ତରଫରୁ ଯୁବ ଚେହେରା ଭାବେ ସଂଗ୍ରାମ ମହାନ୍ତି କୁ ନିର୍ବାଚନ ମଇଦାନ ରେ ଲଢିବା ପାଇଁ ପ୍ରାର୍ଥୀ କରିଛି କଂଗ୍ରେସ। ସୋରଡା ରେ କଂଗ୍ରେସ ର ସେହିପରି ଦୃଢ ସ୍ଥିତି ନଥିଲେ ମଧ୍ୟ ସଂଗ୍ରାମ ଙ୍କ ଉପରେ ଭରସା କରିଛି କଂଗ୍ରେସ। ନିର୍ବାଚନ ହେବ ଭୋଟ ବି ହେବ । ହେଲେ ଏଠି ନିର୍ବାଚନ ପାଇଁ ବର୍ତମାନ କଂଗ୍ରେସ ର ତୁଙ୍ଗ ନେତା ଙ୍କ ଦେଖାମିଳୁନି । ସୋରଡା ନିର୍ବାଚନ ପାଇଁ ଯେତେ ସବୁ ଆଶାୟୀ ପ୍ରାର୍ଥୀ ଥିଲେ ସେମାନେ ଟିକେଟ ନମିଳିବା ଯୋଗୁଁ ଦଳଠାରୁ ଦୂରେଇ ରହିଛନ୍ତି। ସଂଗ୍ରାମ ଙ୍କ ପ୍ରାର୍ଥୀ ପତ୍ର ଦାଖଲ ଦିନ ଏହି ଆଶାୟୀ ତୁଙ୍ଗ ନେତା ଙ୍କୁ ଦେଖିବାକୁ ମିଳିନଥିଲା। ଟିକେଟ ନମିଳିବାର କ୍ଷୋଭ ଏମାନଙ୍କ ମଧ୍ୟରେ ରହିଛି। ଅନ୍ୟପଟେ ସୋରଡା ରେ ଯେତେ ସବୁ ପୁରୁଣା କଂଗ୍ରେସ ସମର୍ଥକ ମାନେ ଥିଲେ ସେମାନେ ଚଳିତ ନିର୍ବାଚନରେ ପିଣ୍ଡା ତଳକୁ ଗୋଡ କାଡିବା ପାଇଁ କୁନ୍ଥୁକୁନ୍ଥୂ। ଗତ ୫ ବର୍ଷ କାଳ ଶାସକ ଦଳ ବିରୋଧରେ ଶବ୍ଦ ବର୍ଷା କରୁଥିବା ତୁଙ୍ଗ ନେତାଙ୍କ ଦେଖା ନାହି। ଫଳରେ ଏହି ନିର୍ବାଚନ ସଂଗ୍ରାମ କିପରି ଲଢିବେ ଓ କିପରି ଦୁଇ ଦଳକୁ ଟକ୍କର ଦେବେ ତାହା ଦେଖିବା ବାକି ରହିଲା। ଗୋଟିଏ ପଟେ ନିର୍ବାଚନ ରେ ନୀଳମଣି ବୋଶୋୟୀ ଭାରତୀୟ ଜନତା ଦଳ ର ପ୍ରାର୍ଥୀ ହେବା ପରେ କର୍ମୀ ମାନଙ୍କ ଦଳ ବଦଳ ନୀତି ବୁଝିବା କଷ୍ଟ ହେଲାଣି।କିଏ କେତେ ବେଳେ କାହାର ଶିବିର ରେ ରହୁଛି ତାହା ଚିହ୍ନିବା କଷ୍ଟକର ବ୍ୟାପାର ହେଲାଣି। ସୋରଡା ନିର୍ବାଚନ ମଣ୍ଡଳୀ ରେ ଗୋଟିଏ ପରେ ଗୋଟିଏ ନେତା ଦଳ ବଦଳାଇବାରେ ଲାଗିଲେଣି କିଏ ଲୁଚି ଲୁଚି ଯାଉଛି ତ କିଏ ଦଳ ଛାଡିଛି। ସୋରଡା ବ୍ଲକ କଂଗ୍ରେସ ର ୬୩ ନମ୍ବର ଯୋନେ ସଭାପତି କବିରାଜ ସ୍ଵାଇଁ ବର୍ତମାନ ନୀଳମଣି ଙ୍କ ଶିବିର ରେ। ସେହିପରି ଅନେକ କଂଗ୍ରେସ ର ତୁଙ୍ଗ ନେତା ବର୍ତମାନ ନୀଳମଣି ଙ୍କ ଶିବିରରେ। ଗୋଟିଏ ପଟେ ତୁଙ୍ଗ ନେତା ଓ କର୍ମୀ ଙ୍କ ଦଳ ବଦଳ ନୀତି ଓ ଅନ୍ୟପଟେ ସୋରଡା ର ପୁରୁଣା କଙ୍ଗ୍ରେସିଆଙ୍କ ନିର୍ବାଚନ ରୁ ଦୂରେଇ ରହିବା କଂଗ୍ରେସ ପାଇଁ ସମସ୍ୟା ବଢାଇଦେଇଛି। ଏପରି ସ୍ଥିତିରେ ବର୍ତମାନ ର ନିର୍ବାଚନ କଂଗ୍ରେସ ଦଳ ପାଇଁ ଗୋଟିଏ ବଡ ଚ୍ୟାଲେଞ୍ଜ ହୋଇଛି। ବର୍ତମାନ ନିର୍ବାଚନ କୁ ନେଇ ସଂଗ୍ରାମ କିନ୍ତୁ ବେସ ଆଶାବାଦି। ବିଗତ ବର୍ଷ ମାନକ ରେ ନିର୍ବାଚନ ରେ ଜିତିଥିବା ଦଳ ଓ ତାଙ୍କ ନେତା ମାନେ କିପରି ଭୋଟର ମାନକ ଅସ୍ଥାଭାଜନ ହୋଇଛନ୍ତି ତାହା ଭୋଟର ମାନେ ଭଲଭାବେ ଜାଣିଛନ୍ତି। ତେବେ ଚଳିତ ନିର୍ବାଚନ ରେ ଭୋଟର ମାନେ କେଉଁ ଦଳ ଉପରେ ଭରସା କରୁଛନ୍ତି ଓ କାହାକୁ ଏହି ନିର୍ବାଚନ ମଣ୍ଡଳୀ ରୁ ଜିତାଉଛନ୍ତି ଓ ସଂଗ୍ରାମ ଙ୍କ ସଂଗ୍ରାମ କିପରି ଫଳପ୍ରଦ ହେଉଛି ତାହ ଆଗାମୀ ନିର୍ବାଚନ ଫଳାଫଳ ହିଁ କହିବ।


