ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ : ଆରମ୍ଭ ହେଲା ପରାଗ ସ୍ପର୍ଶ
ଭୁବନେଶ୍ୱର : ଓଡ଼ିଶାରେ ସୂର୍ଯ୍ୟୋପରାଗ ଆରମ୍ଭ ହୋଇଛି । ଭାରତର ରାଜସ୍ଥାନ, ହରିୟାଣା ଓ ଉତରାଖଣ୍ଡରେ ବଳୟ ସୂର୍ଯ୍ୟୋପରାଗ ଦେଖାଯିବ । ଭାରତର ବାକି ଅଂଚଳରେ ଆଂଶିକ ପ୍ରଭାବ ରହିବ । ଓଡ଼ିଶାରେ ଚନ୍ଦ୍ର ସୂର୍ଯ୍ୟର ବ୍ୟାସକୁ ପ୍ରାୟ ୬୦%ରୁ ୭୨% ଘୋଡେ଼ଇ ରଖିବ । ସକାଳ ୧୦ଟା ୨୦ରେ ଏହା ଆରମ୍ଭ ହୋଇ ଅପରାହ୍ନ ୨ଟା ୨୦ରେ ଶେଷ ହେବ । ମଧ୍ୟାହ୍ନ ୧୨ଟା ୧୫ରୁ ୧୨ଟା ୩୦ ମିନିଟ ମଧ୍ୟରେ ସୂର୍ଯ୍ୟ ସର୍ବାଧିକ ଗ୍ରାସ ରହିବେ । ଭୁବନେଶ୍ୱରରେ ସକାଳ ୧୦ଟା ୩୮ରୁ ଆରମ୍ଭ ହୋଇ ୨ଟା ୯ରେ ଶେଷ ହେବ । ତେବେ ୧୨ଟା ୧୬ରେ ସର୍ବାଧିକ ଗ୍ରାସ ହେବ । ସୂର୍ଯ୍ୟୋପରାଗ ଖାଲି ଆଖିରେ, ଦୂରବୀକ୍ଷଣରେ ବା ବାଇନାକୁଲରରେ ନଦେଖିବାକୁ ପରାମର୍ଶ ଦିଆଯାଇଛି । ସେହିପରି ହଳଦୀ ପାଣି, ଏକ୍ସରେ ଫିଲ୍ମ, କଳାଚଷମା ତଥା କଳା କାଚ ମାଧ୍ୟମରେ ସୂର୍ଯ୍ୟୋପରାଗ ଦେଖିବା ନିରାପଦ ନୁହେଁ । ତେବେ ସୌର ଚଷମା ଓ ଦର୍ପଣକୁ ବ୍ୟବହାର କରି ଏହା ଦେଖାଯାଇପାରିବ ।