ଚଳିତ ବର୍ଷ ବିଳମ୍ବରେ ପ୍ରତ୍ୟାବର୍ତ୍ତନ କରିବ ମୌସୁମୀ – ପାଣିପାଗ ବିଭାଗ

(ଯୁଗାବ୍ଦ ନ୍ୟୁଜ) : ଚଳିତ ବର୍ଷ ଏ ପର୍ଯ୍ୟନ୍ତ ପ୍ରତ୍ୟାବର୍ତ୍ତନ କରିନି ମୌସୁମୀ । ଆସନ୍ତା ୧୦ତାରିଖରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ। ମୌସୁମୀର ଏହା ସବୁଠାରୁ ବିଳମ୍ବିତ ପ୍ରତ୍ୟାବର୍ତ୍ତନ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ ପ୍ରଥମ ସପ୍ତାହରେ କେରଳ ଛୁଇଁଥାଏ। ସାଧାରଣତଃ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ରାଜସ୍ଥାନରୁ ଲେଉଟିବା ଆରମ୍ଭ କରିଥାଏ। ମାତ୍ର ସେପ୍ଟେମ୍ବର ସରି ଅକ୍ଟୋବର ହୋଇଥିଲେ ମଧ୍ୟ ଏବେ ବି’ ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି। ଅନ୍ୟପକ୍ଷେ ଚଳିତ ବର୍ଷ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। ଏବର୍ଷ ପ୍ରାୟ ୧୧୦ ପ୍ରତିଶତ ଅଧିକ ବର୍ଷା ହୋଇଥିବା ଜଣାପଡ଼ିଛି। ଜୁନ୍ ଓ ଜୁଲାଇ ମାସରେ ସ୍ବାଭାବିକଠାରୁ କମ ବର୍ଷା ହୋଇଥିଲା। ମାତ୍ର ଅଗଷ୍ଟ ବେଳକୁ ସ୍ଥିତିରେ ଉନ୍ନତି ଆସିଥିଲା। ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ପ୍ରବଳ ବର୍ଷା ହୋଇଥିଲା। କେତେକ ରାଜ୍ୟରେ ଅତିବୃଷ୍ଟି ମଧ୍ୟ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ