ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବେ ଜିଲାର ୧୦ ହଜାରରୁ ଊଦ୍ଧ୍ୱର୍ ଛାତ୍ରୀଛାତ୍ର

ସମ୍ବଲପୁର, (ଲିପନ ନାଏକ):ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ବର୍ଷ ୨୦୨୪-୨୫ ମାଟ୍ରିକ୍ ପରୀକ୍ଷା ଚିଳିତ ମାସ ୨୧ରୁ ଆରମ୍ଭ ହେବାକୁ ଯାଉଛି । ଯାହା ଆସନ୍ତା ମାଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏଥିରେ ସମ୍ବଲପୁର ଜିଲାର ମୋଟ ୨୧୦ଟି ଉଚ୍ଚ ବିଦ୍ୟାଳୟର ୧୦ ହଜାର ୬୬୩ ରେଗୁଲାର ଓ ୧୯ ଜଣ ଏକ୍ସ ରେଗୁଲାର ଛାତ୍ରୀଛାତ୍ରୀ ମାଟ୍ରିକ୍ ପରୀକ୍ଷାରେ ଅବତୀର୍ଣ୍ଣ ହେବେ । ଛାତ୍ରୀଛାତ୍ରଙ୍କ ପରୀକ୍ଷା ଅୟୋଜନ ପାଇଁ ସମ୍ବଲପୁର ଜିଲାରେ ମୋଟ ୮୧ଟି ପରୀକ୍ଷା କେନ୍ଦ୍ରକୁ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ସମ୍ବଲପୁର ମାଧ୍ୟମିକ ଶିକ୍ଷା ବୋର୍ଡ ଉପ-ସମ୍ପାଦକ ଲାଲମୋହନ ହାଁସଦାଃ । ତାଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଜିଲାର ୨ଟି ସଂସ୍କୃତ ବିଦ୍ୟାଳୟର ମଧ୍ୟମା ପରୀକ୍ଷାର୍ଥୀଙ୍କ ପାଇଁ ସମ୍ବଲପୁରର ଚନ୍ଦ୍ର ଶେଖର ବେହେରା ଜିଲାସ୍କୁଲ ଓ କୁଚିଣ୍ଡା ସରକାରୀ ସ୍କୁଲରେ ଦୁଇଟି ପରୀକ୍ଷା କେନ୍ଦ୍ର ରହିବ । ଏଠାରେ ମୋଟ ୨୩ ଜଣ ମଧ୍ୟମା ଛାତ୍ରୀଛାତ୍ର ପରୀକ୍ଷା ଦେବେ । ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ୍ ରୋକିବା ପାଇଁ ପ୍ରଶ୍ନପତ୍ରରେ କୁ୍ୟଆର୍ କୋଡ୍ ବ୍ୟବସ୍ଥା କରାଯାଇଛି । ସମସ୍ତ ପ୍ରମୁଖ ବିଷୟର ପ୍ରଶ୍ନପତ୍ରରେ ଏହି ବନେ୍ଦାବସ୍ତ ହୋଇଥିବା ବେଳେ ପ୍ରଶ୍ନପତ୍ରର ସବୁ ପୃଷ୍ଠାରେ, ଏପରିକି ପ୍ରତି ପ୍ରଶ୍ନରେ ଏହି କୁ୍ୟଆର୍ କୋଡ୍ ରହିଛି । ମାଟ୍ରିକ୍ ଓ ମଧ୍ୟମା ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ମିଳିବା ବ୍ୟବସ୍ଥା ରହିଥିବା ବେଳେ ବର୍ତ୍ତମାନ ସମ୍ବଲପୁର ଜୋନ ଅଧିନସ୍ଥ ୯ଟି ଜିଲାର ନୋଡାଲ ସେଣ୍ଟର ଓ ସ୍କୁଲମାନଙ୍କୁ ଓଏମ୍ଆର୍ ସିଟ୍ ଓ ଏଡ୍ମିଟ୍ କାର୍ଡ ଗୁଡ଼ିକୁ ଯଥାଶୀଘ୍ର ପଠାଇବା ପାଇଁ ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି କହିଥିଲେ ଉପ-ସମ୍ପାଦକ ହାଁସଦାଃ । ଏହାବ୍ୟତିତ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ କପି ରୋକିବା ଦିଗରେ ମାଧ୍ୟମିକ ଶିକ୍ଷାବୋର୍ଡ ପକ୍ଷରୁ ଜାରି ହୋଇଥିବା ଗାଇଡ୍ଲାଇନ୍ ଅନୁସାରେ କେତେକ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଖଞ୍ଜିବା ଠାରୁ ସ୍ତତନ୍ତ୍ର ସ୍କ୍ୱାର୍ଡ ଗଠନ ଆଦି ସମସ୍ତ ପ୍ରକାର ପ୍ରତିଷେଧକ ମୂଳକ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ