ଚଳିତ ମାସ ୨୨ରୁ ୨୪ତାରିଖରେ ମୋହନ ସରକାରଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ !

ବିଦା ହେବେ ଅଯୋଗ୍ୟ, ଯୋଡି ହେବେ ନୂଆ ମୁହଁ

ଭୁବନେଶ୍ୱର,(କୃଷ୍ଣକେଶବ ପ୍ରଧାନ): ବହୁ ପ୍ରତିକ୍ଷିତ ମୋହନ ସରକାରଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବାକୁ ଯାଉଛି ଖୁବ ଶୀଘ୍ର, ଏଥିରେ ବର୍ତ୍ତମାନର ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଛଜଣ ମନ୍ତ୍ରୀଙ୍କୁ ବିଦାୟ ହେବାକୁ ଯାଉଥ‌ିବା ବେଳେ ନୂତନ ଭାବେ ୧୧ ଜଣ ବିଧାୟକ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବା ଏକ ପ୍ରକାର ସ୍ଥିର ହୋଇଥ‌ିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି। ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଶ୍ରୀ ଜୟନାରାୟଣ ମିଶ୍ର ଏଥର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବା ନେଇ ସ୍ଥିର ହୋଇଥିବା ବେଳେ ବାଚସ୍ପତି ଥିବା ସୁରୁମା ପାଢ଼ୀଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଛି । ସେହିପରି ଜଣେ ବରିଷ୍ଠ ବିଧାୟକ ବାଚସ୍ପତି ଭାବେ ନିଯୁକ୍ତି ହେବା ନେଇ ସମ୍ଭାବନା ରହିଛି। ବାଦ ପଡୁଥିବା ଛ’ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ଅଧିକାଂଶଙ୍କ କାର୍ଯ୍ୟ ଦକ୍ଷତାରେ ସରକାର ସନ୍ତୁଷ୍ଟ ନଥିବା ଯୋଗୁଁ ସେମାନଙ୍କୁ ବିଦାୟ ଦିଆଯାଉଥ‌ିବା ବେଳେ ବର୍ତ୍ତମାନ କେତେକ ମନ୍ତ୍ରୀଙ୍କ ବିଭାଗରେ ବଡ ଧାରଣର ଅଦଳବଦଳ ହେବାର ସମ୍ଭାବନା ରହିଛି। ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ବହୁ ସମୟରେ ବହୁ ଖବର ପ୍ରକାଶ ପାଉଥ‌ିବା ବେଳେ ଶ୍ରୀ ମନମୋହନ ସାମଲ ରାଜ୍ୟ ବିଜେପି ସଭାପତି ଭାବେ ପୁନଃ ନିର୍ବାଚିତ ହେବା ପରେ ଆସନ୍ତା ୨୨ରୁ ୨୪ତାରିଖ ମଧ୍ୟରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥ‌ିବା ଜଣାପଡିଛି । ବାଦ ପଡୁଥ‌ିବା ମନ୍ତ୍ରୀଙ୍କ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ବହୁ ମନ୍ତ୍ରୀ ରହିଥ‌ିବା ବେଳେ ବର୍ତ୍ତମାନ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଥିବା ବିଧାୟକମାନଙ୍କ ମଧ୍ୟରୁ ଅଧିକାଂଶ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପସନ୍ଦ ଓ ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲଙ୍କ ଚୟନ ରହିଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି । ବର୍ତ୍ତମାନର ସ୍ଥିତିରେ ରାଜ୍ୟର ୨୧ ଗୋଟି ଲୋକସଭା ସଂସଦୀୟ କ୍ଷେତ୍ରରୁ ଜଣେ ଜଣେ ବିଧାୟକ ମନ୍ତ୍ରୀ ହେବା ଏକ ପ୍ରକାର ସ୍ଥିର କରାଯାଇଛି । ସେହିପରି ଗଞ୍ଜାମ ଜିଲ୍ଲାରେ ଦୁଇଟି ସଂସଦିୟ କ୍ଷେତ୍ରରୁ ଦୁଇଜଣ ମନ୍ତ୍ରୀ ରହିଥ‌ିବା ବେଳେ ଆସିକା ସଂସଦ କ୍ଷେତ୍ରରୁ ନୂତନ ଭାବେ ଜଣଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଉଥ‌ିବା ନେଇ ସମ୍ଭାବ ରହିଛି ବ୍ରହ୍ମପୁର ସଂସଦୟ କ୍ଷେତ୍ରରୁ ରହିଥ‌ିବା ମନ୍ତ୍ରୀଙ୍କ ବିଭାଗର ବଦଳ ହେବା ସମ୍ଭାବନା ରହିଛି। ଏପରିକି ଆବଶ୍ୟକ ପଡିଲେ ନୂତନ ଭାବେ ଜଣେ ବିଧାୟକଙ୍କୁ ଏଠାରେ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବା ପାଇଁ ବିଚାର ବିମର୍ଶ ଚାଲିଥିବା ଜଣାପଡିଛି । ଚଳିତ ମାସ ୨୦ ଓ ୨୧ ସୁଦ୍ଧା ବହୁ ମନ୍ତ୍ରୀ ଇସ୍ତଫା ଦେବାର ସମ୍ଭାବନା ରହିଛି। ସେହିପରି ୨୨ରୁ ୨୪ ତାରିଖ ମଧ୍ୟରେ ନୂତନ ମନ୍ତ୍ରୀମଣ୍ଡଳ ଗଠନ କରାଯିବା ସହ ସଂପ୍ରସାରଣ କରାଯିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା ହେଉଛି । ଭାଜପା ସରକାରକୁ ୧୩ ମାସ ପୂରି ସାରିଥିବା ବେଳେ ବର୍ତମାନ ଛ ଜଣ ମନ୍ତ୍ରୀ ପଦ ଖାଲି ପଡିଛି । ସଭାପତି ଚୟନ ପରେ ଖାଲି ପଡିଥିବା ୬ଟି ମନ୍ତ୍ରୀ ପଦ ପୂରଣ ପାଇଁ ତାଲିକା ପ୍ରସ୍ତୁତ ସରିଥିବା ବେଳେ କେବଳ ଘୋଷଣା ବାକି ରହିଛି । ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ରାଜ୍ୟ ବିଜେପି ସଭାପତି ଶ୍ରୀ ସାମଲ ପୂର୍ବରୁ ସଂକେତ ଦେଇସାରିଛନ୍ତି । ମୁଖ୍ୟମନ୍ତ୍ରୀ ଖୋଦ୍ ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀଙ୍କୁ ତାଲିକା ପ୍ରଦାନ କରିଥିବା ଦଳିଅ ସୂତ୍ରରୁ ଜଣାପଡିଛି। ଏହାକୁ ନେଇ ଆଶାୟୀ ବିଧାୟକ ଓ ନେତା ମାନେ ଭୁବନେଶ୍ୱର ଡେରା ପକାଇଥିବାବେଳେ ନିଜ ନିଜର ଲବି ଚଳାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ