ଚଳିତ ଶିକ୍ଷାବର୍ଷ ରେ କୋଭିଡ ନିୟମାନୁଯାୟୀ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ଓ ପାଠ୍ୟ ଦାନ ସମ୍ପର୍କ ରେ ଆଲୋଚନା ଚକ୍ର

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗତକାଲି ଅର୍ଥାତ ୬/୧/୨୧ ତାରିଖ ବୁଧବାର ଦିନ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ର ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ପରିସରରେ ରେ ଚଳିତ ଶିକ୍ଷାବର୍ଷ ପାଇଁ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କ ସୁରକ୍ଷା ଓ ପାଠ୍ୟଦାନ ସମ୍ପର୍କିତ ଏକ ଆଲୋଚନା ଚକ୍ର କରାଯାଇଥିଲା l ଏହି ସଭାକାର୍ଯ୍ୟ ରେ ବିଦ୍ୟାଳୟ ର ଶ୍ରୀ ସଭାପତି ଶୁଳପାଣି ଶତପଥି, ଅଧ୍ୟକ୍ଷ ଶ୍ରୀ ଅଜିତ କୁମାର ଶତପଥି, ଉପଦେଷ୍ଟା ଶ୍ରୀ ଦିଲୀପ କୁମାର ପ୍ରଧାନ, ପ୍ରଧାନ ଶିକ୍ଷକ ମନୋରଞ୍ଜନ ମିଶ୍ର ଙ୍କ ସହିତ ବିଦ୍ୟାଳୟ ର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ l ଚଳିତ ଶିକ୍ଷାବର୍ଷର ଏହି ପ୍ରଥମ ଆଲୋଚନା ଚକ୍ର ରେ ସରକାର ଙ୍କ ନିୟମପ୍ରକାରେ ବିଦ୍ୟାଳୟ କୁ ପ୍ରବେଶ ସମୟରେ ଅଭିଭାବକ ନିଜ ଇଛା ରେ ଛାତ୍ର ଛାତ୍ରୀ ମାନଙ୍କୁ ଏହି ବିଦ୍ୟାଳୟ ରେ ପଢ଼ାଇବା ପାଇଁ ସ୍ୱୀକାରନାମା ଦେବେ l ପ୍ରତେକ ଛାତ୍ର ଛାତ୍ରୀ ଓ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ସବୁସମୟରେ କିପରି ମାସ୍କ ଓ ସାନିଟାଇଜର ବ୍ୟବହାର କରିବେ, ସାମାଜିକ ଦୂରତ୍ୱ ରକ୍ଷାକରିବା ସହ ନିଜ ସ୍ୱାସ୍ଥ୍ୟ ର କିପରି ଯତ୍ନ ନେବେ ସେ ସମ୍ପର୍କ ରେ ବିଦ୍ୟାଳୟ ସଭାପତି ଆଲୋକପାତ କରାଇଥିଲେ l ବିଦ୍ୟାଳୟ ପରିସରରେ ଓ ବାହାର ପାର୍ଶ୍ଵ ରେ କରୋନା ସଚେତନତା ସମ୍ପର୍କିତ ତଥ୍ୟଗୁଡ଼ିକ ପ୍ୟାନେଲ ମାଧ୍ୟମରେ ଦର୍ଶାଇବା ସହିତ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉଭୟ ଅନଲାଇନ ଓ ଅଫଲାଇନ କ୍ଲାସ କରିବାପାଇଁ ମଧ୍ୟ ସ୍ଥିର କରାଯାଇଥିଲା l ଏହା ସହିତ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପରୀକ୍ଷା କୁ ନଜର ରେ ରଖି ପାଠ୍ୟ ଖସଡ଼ା ପ୍ରସ୍ତୁତ ଓ ବିଭିନ୍ନ ସୋପାନଗୁଡିକ ସମ୍ପର୍କ ରେ ମଧ୍ୟ ଆଲୋଚନା କରାଯାଇଥିଲା l ଛାତ୍ର ଛାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟି ରୁ ବିଦ୍ୟାଳୟ ଖୋଲିବା ପୂର୍ବରୁ ବିଦ୍ୟାଳୟ କୁ ସମ୍ପୂର୍ଣ୍ଣ ଭାବେ ସାନିଟାଈଜ କରିବାପାଇଁ ସ୍ଥିର କରାଯାଇଥିଲା l ଶେଷରେ ସର୍ବସମ୍ମତି କ୍ରମେ ସଭାସାଙ୍ଗ କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ