ଚଳୁନାହିଁ ୧ଟଙ୍କା, ୧୦ଟଙ୍କା, ୨୦ଟଙ୍କା ମୁଦ୍ରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଆର୍‌ବିଆଇର ବ୍ୟାପକ ସଚେତନତା ସତ୍ତ୍ୱେ ଛୋଟ ୧ଟଙ୍କିଆ ମୁଦ୍ରା, ୧୦ଟଙ୍କିଆ ମୁଦ୍ରା, ୨୦ଟଙ୍କିଆ ମୁଦ୍ରା ଚଳୁ ନ ଥିବାର ଜଣାପଡିଛି । ମୁଖ୍ୟତଃ ଏହି ମୁଦ୍ରା ଗୁଡିକୁ ଆର୍‌ବିଆଇ ଅବୈଧ ଘୋଷଣା କରିନାହିଁ କିନ୍ତୁ ଜିଲ୍ଲାରେ କୌଣସି ଏକ ଗୁଜବ ସୃଷ୍ଟି ହୋଇଥିବାରୁ ଏପରି ମୁଦ୍ରା ଗ୍ରହଣ କରୁନାହାନ୍ତି ଉଭୟ କ୍ଷୁଦ୍ର ବ୍ୟବସାୟୀ ଓ ବଡବ୍ୟବସାୟୀ । ଅପରପକ୍ଷରେ ବ୍ୟାଙ୍କମାନେ ଏହି ମୁଦ୍ରାଗୁଡିକୁ ଦେଣ ନେଣ ତଥା କାରବାର କରୁଛନ୍ତି । ଏଭଳି ଖୁଚୁରା ନ ନେବା ଏକ ଦଣ୍ଡନୀୟ ଅପରାଧ ବୋଲି ମଧ୍ୟ କୁହାଯାଇଛି । ହେଲେ ଏ ସବୁକୁ ଖାତିର କରୁନାହାନ୍ତି ବ୍ୟବସାୟୀ । ମୁଖ୍ୟତଃ ବ୍ୟବସାୟୀ ମାନେ ଏପରି କୋଏନ ବା ମୁଦ୍ରାକୁ ଗ୍ରହଣ କରୁନଥିବାରୁ ସାଧାରଣ ଜନତା ମଧ୍ୟ ଏହାକୁ କାରୋବାର କରୁନାହା ନଥିବାର ଜଣାପଡିଛି । ସାରା ଭାରତ ବର୍ଷରେ ୧ଟଙ୍କିଆ, ୧୦ଟଙ୍କିଆ ଓ ୨୦ଟଙ୍କିଆ କୋଏନ୍ କାରବାର ହେଉଥିବା ବେଳେ କେବଳ ଗଜପତିରେ ଏହି କୋଏନ ଗୁଡିକ ଚଳୁନାହିଁ । ଯଦି ଆର୍‌ବିଆଇ ଏହି ସବୁ କୋଏନ ଗୁଡିକୁ ଅବୈଧ ଘୋଷଣା କରିନାହିଁ କି ବ୍ୟାଙ୍କ କାରବାରରେ ଏଗୁଡିକ ଆଦାନ ପ୍ରଦାନ ଜାରି ରହିଛି ଯାହାକି ତଦନ୍ତ ସାପେକ୍ଷ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ଏନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କ ପାରଳାଖେମୁଣ୍ଡି ମୁଖ୍ୟ ଶାଖାର ମୁଖ୍ୟପରିଚାଳକ ଅଶୋକ ପାଲ୍ କହିଥିଲେ ଯେ, ପାରଳା ବଜାରକୁ ମୁଁ ନିଜେ ଯାଇ ଏପରି କଏନ ନ ନେବା ଅତି ଆଶ୍ଚର୍ଯ୍ୟ ହୋଇପଡିଲି । ଏହାକୁ ନେଇ ବ୍ୟକ୍ତିଗତ ସ୍ତରରେ ସଚେତନତା କରିଛି । ଏଭଳି ବୈଧ କୋଏନ ଗୁଡିକୁ ନ ନେବା ଏକ ଅପରାଧ ବୋଲି ଜଣାଇଥିଲେ । ସଚେତନତା ନିମନ୍ତେ ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ମିଳିତ ଆନୁକୁଲ୍ୟରେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବଜାରରେ ବ୍ୟାପକ ସଚେତନତା କରାଯାଇଥିଲା ବୋଲି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ