ଚଷାଖଣ୍ଡ ସ୍କୁଲରେ ଶିଶୁ ପ୍ରତିଭା ଅନ୍ୱେଷଣ
ହାଟଡ଼ିହି : ଡଅଁର ପଞ୍ଚାୟତ ଚଷାଖଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ପ୍ରତିଭା ଅନ୍ୱେଷଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୩ଦିନ ଧରି ଚାଲିଥିବା ପ୍ରତିଯୋଗୀତାରେ ଉଚ୍ଚଡିଆଁ, ଲମ୍ବଡିଆଁ, ମିଉଜିକ ଚେୟାର, ବକ୍ତୃତା, ନୃତ୍ୟ, ସାର୍ଟ ପିନ୍ଧା, ଗୋଡ ଗଣା, ସର୍ଟଫୁଟ ଥ୍ରୋ, ସଂଗୀତ ପ୍ରଭୃତି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ଏଥିରେ ୯୫ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ପ୍ରଧାନ ଶିକ୍ଷୟତ୍ରୀ ସ୍ମୀତାରାଣୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥି ଭାବେ ଡଅଁର ଟି.ଏମ ଏକାଡେମୀର ପୁର୍ବତନ ପ୍ରଧାନ ଶିକ୍ଷକ ଚୈତନ ଚରଣ ନାୟକ, ମୁଖ୍ୟବକ୍ତା ଭାବେ ଗେଡମା ହାଇସ୍କୁଲର ପୁର୍ବତନ ପ୍ରଧାନ ଶିକ୍ଷକ ନାରାୟଣ ବେହେରା, ସମ୍ମାନୀୟ ଅତିଥିଭାବେ ରିମୁଳି ହାଇସ୍କୁଲର ପୁର୍ବତନ ପ୍ରଧାନଶିକ୍ଷକ ପଦ୍ମନାଭ ନାୟକ, ସିଆରସିସି ରତ୍ନାକର ସାହୁ, ଶିକ୍ଷକ ନିରାକାର ନାୟକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ନିଜ ନିଜର ଉତ୍କୃଷ୍ଟ କ୍ରୀଡା ନୈପୁଣ୍ୟ ପ୍ରତିପାଦିତ କରିବା ପାଇଁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ସମୟରେ ଶିକ୍ଷ ସହିତ କ୍ରୀଡାର ଆବଶ୍ୟକତା ବଢ଼ି ଯାଇଥିବାରୁ ଓ କ୍ରୀଡାକୁ କେରିୟର ଭାବେ ଗଢ଼ାଯାଇପାରୁ ଥିବାରୁ ଛାତ୍ରଛାତ୍ରୀମାନେ ଏଥିପ୍ରତି ସଚେତନ ହେବା ଜରୁରୀ ବୋଲି ମତଦେଇଥିଲେ । ଦିପ୍ତୀମୟୀ ରାଉଳ, ବିଶ୍ୱବନ୍ଦିନୀ ରାଉଳ, ସଶ୍ମିତା ସାହୁ, ଚମ୍ପିୟନ ଟ୍ରଫି ଓ ପ୍ରମଣା ପତ୍ର ବଣ୍ଟନ କରିବା ସହ ଅନ୍ୟ କୃତ୍ତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ନ।।ୟଣ ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଗିତିନାଟ୍ୟ ‘ଧର୍ମପଦ’ ଛାତ୍ରଛାତ୍ରୀଙ୍କ ଦ୍ୱାରା ମଞ୍ଚସ୍ଥ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁରେନ୍ଦ୍ର କୁମାର ବାରିକ, ଉପସଭାପତି ଅନନ୍ତ ଚରଣ ବାରିକ, ବିଦ୍ୟାଳୟର ଶିକ୍ଷକ ସୁମନ୍ତ କୁମାର ନାୟକ, ମାନସ କୁମାର ଜେନା, ଦିଲ୍ଲିପ କୁମାର ରାଉଳ, ସୁଶମା ଖଣ୍ଡାଇଙ୍କ ସହିତ କମିଟିର ସମସ୍ତ ସଭ୍ୟସଭ୍ୟା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


