ଚ଼ନ୍ଦନ କାଠ ଚୋରା ଚାଲାଣବେଳେ ଜବତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ପୋଡାମାରୀ ବନ ବିଭାଗ ରେଞ୍ଜ ଅଧିନ ରାଜପୁର ଗ୍ରାମ ନିକଟ ଜଙ୍ଗଲରୁ ଚନ୍ଦନ କାଠ କାଟି ଚୋରା ଚାଲାଣ ପାଇଁ ନେଉଥିବା ବେଳେ ଜଣେ ନାବାଳକଙ୍କ ସହ ୩ ଜଣ ମାଫିଆଙ୍କୁ ଗିରଫ କରାଯାଇଛି. ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ଚନ୍ଦନ କାଠ ଜବତ କରି ସେମାନଙ୍କୁ ଅଟକ ରଖି ମୋହନା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୩ ଜଣ ଚନ୍ଦନ କାଠ ଚୋରା ଚାଲାଣକରୀଙ୍କୁ ଗିରଫ କରିଥିଲେ. ଏମାନେ ହେଲେ ରାଜପୁର ଗ୍ରାମର ସମୀର ଦଳାଇ (୨୬),ଦିପ୍ତୀ ନାୟକ (୨୨) ଓ ଅନ୍ୟ ଜଣେ ନାବଳକ (ଚ଼ଦ୍ମନାମ- ଭାସ୍କର-୧୬)ଙ୍କ ଠାରୁ ଚନ୍ଦନ କାଠ ଜବତ କରିବା ସହ ସେମାନଙ୍କୁ ଗିରଫ କରିଥିଲେ. ସେମାନଙ୍କ ନାମରେ ମାମଲା ରୁଜୁ ହେବା ସହ ସମସ୍ତଙ୍କୁ ପୋଡାମାରୀ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ଏସଆଇ କୃଷ୍ଣଚନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି।


