ଚାଇଁପୁର ସେବା ସମବାୟ ସମିତିରେ ଧାନ ମଣ୍ଡି ଉଦ୍‌ଘାଟନ କଲେ ବିଧାୟକ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ୍ ସଦର ମହକୁମାସ୍ଥିତ ଚାଇଁପୁର ସେବା ସମବାୟ ସମିତିରେ ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ସମିତିର ସଂପାଦକ କାମିନୀକାନ୍ତ ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଣ୍ଡି ଉଦ୍‌ଘାଟନ କରିବା ସହ ଚଳିତ ଖରିଫ୍ ଋତୁରେ ଏ ଅଞ୍ଚଳର ଲୋକମାନେ କିପରି ସୁରୁଖୁରୁରେ ସରକାରୀ ମୂଲ୍ୟରେ ଧାନ ବିକ୍ରି କରିପାରିବେ ସେନେଇ ପରାମର୍ଶ ଦେଇଥିଲେ । ସମିତିର ସଭାପତି ଅଜୟ ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ବସନ୍ତ କୁମାର ରଣା, ବନ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ପରିଚାଳକ ଅସିତ କୁମାର ସ୍ୱାଇଁ, ପରିଚାଳନା କମିଟିର ଉପସଭାପତି କମଳା ନାୟକ, ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା, ଚାଷୀ କମିଟିର ସଭ୍ୟସଭ୍ୟା, ଅଗ୍ରଣୀ ଚାଷୀ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସମିତିର କର୍ମଚାରୀ ଗୌରୀଶଙ୍କର ମିଶ୍ର, ଅଭୟ କୁମାର ପତି ସହେଯାଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ